ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି

0

ଓଡ଼ିଆ ନ୍ୟୁଜ୍: ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ ହେବ ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି। ସୋମବାର ୪.୩ ଡିଗ୍ରୀ ସେଲ୍ସିଏସ ରହିଥିବା ବେଳେ ମଙ୍ଗଳବାର ୪. ୮ ଡିଗ୍ରୀ ସେଲ୍ସିଏସ ରହିଛି। ସେହିପରି ଫୁଲବାଣୀରେ ୬. ୮ ଡିଗ୍ରୀ ଓ ଦାରିଙ୍ଗବାଡିରେ ୮ ଡିଗ୍ରୀ ରହିଛି। ପ୍ରବଳ ଶୀତ ଓ ଘନ କୁହୁଡି ଯୋଗୁ ଜନ ଜୀବନ ପ୍ରଭାବିତ ହେଉଛି। ବିଶେଷ କରି ଘନ କୁହୁଡି ଯୋଗୁ କଳିଙ୍ଗା ଘାଟିରେ ଯାନବାହାନ ଚଳାଚଲ ଅସୁବିଧା ହେଉଛି ଓ ଦୁର୍ଘଟଣା ମଧ୍ୟ ବଢୁଛି।

ଏଣେ ପ୍ରବଳ ଶୀତ ଯୋଗୁ ରାସ୍ତା ପାର୍ଶ୍ୱରେ ରହି ବ୍ୟବସାୟ କରୁଥିବା ସ୍ଥାନୀୟ ଚାଷୀମାନେ ବେଶୀ ପ୍ରଭାବିତ ହେଉଛନ୍ତି। ଏଣେ ଶୀ ର ମଜା ନେବା ପାଇଁ ରାଜ୍ୟବାହାରୁ ପର୍ଯ୍ୟଟକ ସଂଖ୍ୟା ବଢ଼ି ଚାଲିଛି। କଲିଙ୍ଗା ବନ ଉଦ୍ୟାନର ମଜା ନେବା ସହିତ ଗବେଷଣା ପାଇଁ ଗବେଷକମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି। ହିଲଟପ, କଫିବଗିଚାରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଏଣେ ଶୀତ ମହୋତ୍ସବ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Leave A Reply

Your email address will not be published.