ଶୀତରେ ଥରୁଛି ଓଡିଶା

0

ଓଡ଼ିଆ ନ୍ୟୁଜ୍: ପୁଣି ଖସିଲା ପାରଦ। କନ୍ଧମାଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ତୁଳନାରେ ଆଜି ଅଧିକ ଶୀତ ଅନୁଭୂତ ହେଉଛି। କନ୍ଧମାଳ ଜିଲ୍ଲାରେ ଗତକାଲି ଠାରୁ ଆଜି ୧.୪ଡିଗ୍ରି ପାରଦ ହ୍ରାସ ପାଇ ୭.୪ ଡିଗ୍ରି ରେକର୍ଡରେ ପହଞ୍ଚିଛି।ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକା ପ୍ରଭାବିତ କରିଛି। ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡା ତାର ରାଜୁତି ଆରମ୍ଭ କରିଦେଉଛି।

ଯେତେ ରାତି ବଢୁଛି ସେତେ ଥଣ୍ଡାର ପ୍ରକୋପ ବଢିବା ସହ ଜାଡ଼ରେ ଥରୁଛି ସାରା ଅଞ୍ଚଳ। ସଞ୍ଜ ନଇଁଲେ ସହର ରାସ୍ତା ଘାଟ ଜନଶୁନ୍ୟ ହୋଇଯାଉଛି।ଆଖୂପାଖ ଅଞ୍ଚଳରୁ ସହରକୁ ଆସୁଥିବା ଲୋକ ସନ୍ଧ୍ୟା ପୂର୍ବରୁ ନିଜ ନିଜ ଗାଁ କୁ ଫେରିଯାଉଛନ୍ତି ଥଣ୍ଡା ଯୋଗୁଁ। ସଞ୍ଜ ହେଲେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସାହି ଗଳିକନ୍ଦିରେ ଲୋକ ସ୍ଥାନେସ୍ଥାନେ ନିଆଁ ଜାଳି ବସି ରହୁଛନ୍ତି।

Leave A Reply

Your email address will not be published.