ଥରୁଛି ଓଡିଶା, ଆହୁରି 4 ଦିନ ପାଇଁ କୁହୁଡି ଆଲର୍ଟ

0

ଓଡ଼ିଆ ନ୍ୟୁଜ୍: ଜାଡରେ ଥରୁଛି ଓଡିଶା।ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରବିବାର ଓ ସୋମବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିପାରେ । ଗୁରୁବାର ୮ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିଲା । ଶୁକ୍ରବାର ରାତିରେ ୧୪ ସ୍ଥାନ ୧୦ ଡିଗ୍ରୀ ତଳକୁ ଖସିଆସିଛି ।

ଜି ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଏଠାରେ ପାରଦ ୪.୪ ଡିଗ୍ରୀ ଥିଲା । ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ, ଫୁଲବାଣୀରେ ୬.୪, କୋରାପୁଟରେ ୬.୬, ସିମିଳିଗୁଡ଼ାରେ ୬.୭ ଡିଗ୍ରୀ ଥିଲା । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫.୪ ଡିଗ୍ରୀ କମ୍ ରହିଥିଲା । ଝାରସୁଗୁଡ଼ାରେ ସ୍ୱାଭାବିକଠାରୁ ୩.୯ ଡିଗ୍ରୀ ଓ କଟକରେ ୧.୯ ଡିଗ୍ରୀ କମ୍ ଥିଲା । ରାଉରକେଲାରେ ରାତି ତାପମାତ୍ରା ୭, ଝାରସୁଗୁଡ଼ାରେ ୭.୪, କିରେଇରେ ୮.୬, ନବରଙ୍ଗପୁରରେ ୯, ନବରଙ୍ଗପୁରରେ ୯ ଡିଗ୍ରୀ ଥିଲା ।

Leave A Reply

Your email address will not be published.