ଓଡ଼ିଆ ନ୍ୟୁଜ୍: କଡ ଲେଉଟେଇଲା ଜାଡ। ଆଗାମୀ କିଛି ଦିନ ପାଇଁ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ କମିପାରେ। ଏଥିପାଇଁ ଶୀତ ବଢ଼ିବ । ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, କଟକ, ଗଜପତି ଓ କନ୍ଧମାଳରେ ଘନ କୁହୁଡ଼ି ମଧ୍ୟ ଦେଖାଦେବ। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି।ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆସନ୍ତା ତିନି ଦିନରେ ସାରା ରାଜ୍ୟରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ଯାଏ କମିପାରେ। ପରବର୍ତ୍ତୀ ତିନି ଦିନରେ ସର୍ବନିମ୍ନ ତାପମାତ୍ରା ପୁଣି ୨ ଡିଗ୍ରୀ ବଢ଼ିବ । ମକର ସଂକ୍ରାନ୍ତି ଯାଏ ଏହା ଅପରିବର୍ତ୍ତିତ ରହିପାରେ।
୧୦ ତାରିଖ ରାତିରେ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଦକ୍ଷିଣ ଉପକୂଳରେ ଶୀତ ସାମୟିକ ଭାବେ କମିପାରେ। ୧୧ ତାରିଖରେ ଶୀତ ପୁଣି ଲେଉଟିବ। ଆସନ୍ତା ଦୁଇ ଦିନ ଯାଏ ନୟାଗଡ଼, ଢେଙ୍କାନାଳ ଓ ଆଭ୍ୟନ୍ତର ଗଞ୍ଜାମରେ କୁହୁଡ଼ି ଦେଖା ଦେଇପାରେ। କିନ୍ତୁ ପ୍ରାୟ ୧୦ ଦିନ ଯାଏ ଭୁବନେଶ୍ୱର ଓ କଟକରେ କୁହୁଡ଼ି ଆଶଙ୍କା ନାହିଁ । ମକର ସଂକ୍ରାନ୍ତି ପରେ ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର ସମେତ ଦକ୍ଷିଣ ଉପକୂଳରେ ଶୀତ କମିପାରେ।