ଆହୁରି ୩ରୁ ୪ ଦିନ ରାଜ୍ୟରେ ବଢ଼ିବ ଶୀତ

0

ଓଡ଼ିଆ ନ୍ୟୁଜ୍: କଲବଲ କରିବ ଥଣ୍ଡା, ଆହୁରି ୩ରୁ ୪ ଦିନ ରାଜ୍ୟରେ ବଢ଼ିବ ଶୀତ। ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି।ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା। ୩/୪ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବା ଆଶା କରାଯାଉଛି।ବଙ୍ଗୋପସାଗର ସୃଷ୍ଟି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ୩ରୁ ୪ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବା ଆଶା କରାଯାଉଛି। ଅନ୍ୟପକ୍ଷେ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମହାନ୍ତି ପ୍ରକାଶ କରିଛନ୍ତି।

କିଛି ଦିନ ତଳେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିଲା। ହେଲେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇଥିବାରୁ ଶୀତରୁ ଲୋକଙ୍କୁ ସାମାନ୍ୟ ତ୍ରାହି ମିଳିଛି। ଏଭଳି ସ୍ଥିତିରେ ପୁଣି ରାଜ୍ୟରେ ଶୀତ ବଢିବା ଲୋକଙ୍କ ମଧ୍ୟରେ ଚିନ୍ତା ବଢାଇ ଦେଇଛି।ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡିରେ ୮.୫ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡା ୮.୮, ରାଉରକେଲା ୯, ସେମିଳିଗୁଡା ୯.୨, ଜି.ଉଦୟଗିରି ୯.୮, କିରେଇ ୯.୮, ଚିପିଲିମା ୧୦.୨, ବୌଦ୍ଧ ୧୦.୫ ଓ ସୁନ୍ଦରଗଡ଼ରେ ୧୦.୬ ଡିଗ୍ରୀ ରେକର୍ଡ ହୋଇଛି।

Leave A Reply

Your email address will not be published.