ଜାଡ଼ରେ ଥରୁଛି ପୂରା ରାଜ୍ୟ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଅସମ୍ଭାଳ ଶୀତ ଅନୁଭୂତ ହେଉଛି । ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ । ଆସନ୍ତା ଦୁଇ ଦିନ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ । ରାଉରକେଲା, କେନ୍ଦୁଝର, ଅନୁଗୁଳ ଓ ଫୁଲବାଣୀରେ ପାରଦ ୧୦ ଡିଗ୍ରୀ ତଳେ ରହିବ । ପାହାଡ଼ିଆ ସ୍ଥାନରେ ରାତି ତାପମାତ୍ରା ଆହୁରି ଖସିବ । ପାଣିପାଗ ବିଭାଗ ପୂର୍ବାନୁମାନରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଆଗକୁ ରାତି ତାପମାତ୍ରା ବଢ଼ିବା ସହ ଥଣ୍ଡା କମିପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

୧୦ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ଜି ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ବା ୪.୪ ଡିଗ୍ରୀ ଛୁଇଁଥିଲା । ଏ ବର୍ଷ ପ୍ରଥମଥର ପାଇଁ ଏଠାରେ ପାରଦ ୪ଡିଗ୍ରୀ ଛୁଇଁଛି । ଶିମିଳିପାଳର କୋର୍ ଏରିଆରେ ପାରଦ ୨ ଡିଗ୍ରୀକୁ ଖସି ଆସିଥିବା ବନବିଭାଗ ସୂତ୍ରରୁ ସୂଚନା ମିଳିଛି ।ସିମିଳିଗୁଡ଼ାରେ ୬.୧, ରାଉରକେଲାରେ ୭.୨, ଦାରିଙ୍ଗବାଡ଼ିରେ ୭.୫, ଝାରସୁଗୁଡ଼ାରେ ୭.୬, ଫୁଲବାଣୀରେ ୮, ଚିପିଲିମାରେ ୮.୭, କିରେଇରେ ୮.୮, ଅନୁଗୁଳରେ ୯, କେନ୍ଦୁଝରରେ ୯.୬, ସୁନ୍ଦରଗଡ଼ରେ ୧୦ ଡିଗ୍ରୀ ଥିଲା।

Leave A Reply

Your email address will not be published.