ଜାଡ଼ରେ ଥରୁଛି ସାରା ଓଡ଼ିଶା

0

ଓଡ଼ିଆ ନ୍ୟୁଜ୍: ଖସୁଛି ପାରଦ, ବଢୁଛି ଶୀତ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଥଣ୍ଡା । ଆଗକୁ ଆହୁରି ବଢ଼ିବ ଶୀତ । ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପ୍ରବଳ ଶୀତ ଅନୁଭୂତ ହେଉଛି । ୮ ଡିଗ୍ରୀ ତଳେ ରହିଛି ପାରଦ । ଶୀତରୁ ରକ୍ଷା ପାଇବାକୁ ନିଆଁ ପୁଇଁ ହେଉଛନ୍ତି ଲୋକ । ସକାଳୁ ସକାଳୁ ଚା ଦୋକାନରେ ବି ଭିଡ ଜମୁଛି ।

ରବିବାର ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୯ ଡିଗ୍ରୀ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଶୁକ୍ରବାର ଜି.ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ରହିଥିଲା । ଏଠାରେ ପାରଦ ୫.୬ ଡିଗ୍ରୀ ରହିଥିଲା । ଘନ କୁହୁଡ଼ି ଯୋଗୁ ଫୁଲବାଣୀରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା । କୋରାପୁଟ ଓ ଫୁଲବାଣୀରେ ୧୦୦ ମିଟରରୁ କମ୍ ରହିଥିଲା ।

Leave A Reply

Your email address will not be published.