ଓଡ଼ିଆ ନ୍ୟୁଜ୍: ହାଡ଼ଭଙ୍ଗା ଶୀତ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି। ବୟସ୍କ, ରୋଗୀ ଓ ଶିଶୁଙ୍କ ପାଇଁ ଏହା ଘାତକ ହୋଇଥିବା ବେଳେ ଅନ୍ୟମାନେ ବି ଥଣ୍ଡା, କାଶ, ଜ୍ବର ସହ ବହୁ ଥଣ୍ଡାଜନିତ ଆଲର୍ଜିର ଶୀକାର ହେଉଛନ୍ତି। ପ୍ରବଳ ଜାଡ଼ରେ ସାରା ଓଡ଼ିଶା ଥରୁଥିବା ବେଳେ ଘୁ. ଉଦୟଗିରିରେ ପାରଦସ୍ତର ଦୁଇ ଦିନ ହେଲା ୩.୧ ଡିଗ୍ରିରେ ରହିଛି। ସେଠାରେ ଶିଶିରପାତ ହେଉଛି।
ସେହଭଳି ସେମିଳିଗୁଡ଼ାର ରାତି ତାପମାତ୍ରା ୪.୬ ଡିଗ୍ରି, ଫୁଲବାଣୀର ୫.୫ ଡିଗ୍ରି, ଦାରିଙ୍ଗବାଡ଼ିର ୬ ଡିଗ୍ରି, କୋରାପୁଟର ୬.୫ ଡିଗ୍ରି, ଚିପିଲିମା ୭.୮ ଡିଗ୍ରି, ରାଉରକେଲାର ୮ ଡିଗ୍ରି, ଝାରସୁଗୁଡ଼ାର ୮.୨ ଡିଗ୍ରି, ଅନୁଗୁଳରେ ୯ ଡିଗ୍ରି ଓ କିରେଇରେ ୯.୨ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଯାଇଛି। ୧୦ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ ପୁରୀ ଛଡ଼ା ସାରା ରାଜ୍ୟର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି।