ଓଡ଼ିଆ ନ୍ୟୁଜ୍: EVM ବାଲଟ୍ ପେପରକୁ ଅଧିକ ପାଠ୍ୟ କରିବାକୁ ନିର୍ଦ୍ଦେଶାବଳୀ ସଂଶୋଧନ।EVMରେ ପ୍ରଥମ ଥର ପାଇଁ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ରହିବ।କ୍ରମିକ ସଂଖ୍ୟା ମଧ୍ୟ ଅଧିକ ପ୍ରମୁଖ ଭାବେ ପ୍ରଦର୍ଶିତ ହେବ।ବିହାରରୁ ଆରମ୍ଭ କରିବା ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଜାରି।ହଟିଯିବ କଳାଧଳା ଫଟୋ, ଇଭିଏମରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଗାଇଡଲାଇନ ଆଣିଲେ ନିର୍ବାଚନ କମିଶନ । ନୂଆ ଗାଇଡଲାଇନ ଅନୁସାରେ ଏଣିକି ଇଭିଏମରେ ସମସ୍ତ ପ୍ରାର୍ଥୀଙ୍କର ରଙ୍ଗୀନ ଫଟୋ ରହିବ । ପ୍ରଥମ ଥର ପାଇଁ ଏହି ରଙ୍ଗୀନ ଫଟୋର ବ୍ୟବସ୍ଥା କରାଯିବ । ପୂର୍ବରୁ କଳା-ଧଳା ଫଟୋ ରହୁଥିବା ବେଳେ ବାଲାଟ୍ ପେପରକୁ ଅଧିକ ପାଠ୍ୟ କରିବାକୁ ନିର୍ଦ୍ଦେଶାବଳୀରେ ସଂଶୋଧନ କରାଯାଇଛି । ବିହାରରୁ ପ୍ରଥରେ ଏହି ପରିବର୍ତ୍ତି ନିୟମ ଲାଗୁହେବ । ପରେ ଅନ୍ୟ ରାଜ୍ୟର ନିର୍ବାଚନରେ ଏହି ପ୍ରକ୍ରିୟା ଲାଗୁ ହେବ ।
ଖାଲି ଫଟୋ ନୁହେଁ ପ୍ରାର୍ଥୀଙ୍କ କ୍ରମିକ ସଂଖ୍ୟା ବି ସ୍ପଷ୍ଟ ଭାବେ ପ୍ରଦର୍ଶିତ ହେବ । ତେବେ ଆଉ କିଛି ଦିନ ପରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ନିର୍ବାଚନ କମିସନ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବିହାର ନିର୍ବାଚନ ପାଇଁ ଯଦିଓ ତାରିଖ ଘୋଷଣା ହୋଇନି ମାତ୍ର ତା ଆଗରୁ କମିସନ ବିହାରରେ ଏକ ନୂତନ ପରୀକ୍ଷଣ ଆରମ୍ଭ କରୁଛନ୍ତି । ଯାହା ବିହାରରେ ସଫଳ ହେବା ପରେ ଅନ୍ୟ ରାଜ୍ୟରେ ଲାଗୁ କରାଯିବ ।