ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କାଳୀପୂଜା ଏବଂ ଦୀପାବଳି ପାଇଁ କଟକ କମିଶନରେଟ ପୋଲିସ ପ୍ରସ୍ତୁତି ବୈଠକ। ସୁରକ୍ଷା ଦୃଷ୍ଟିରୁ କାଳୀ ପୂଜା ପାଇଁ ସହର ରେ 50 ପ୍ଲାଟୁନ ପୋଲିସ ଫଫୋର୍ସ ସହ 6 ଜଣ ଅତିରିକ୍ତ ଡିସିପି 300 ପୋଲିସ ଅଫିସର ମୁତୟନ ରହିବେ । କଟକ ରେ 90 ଟି କାଳୀ ମେଡ଼ି, ତନ୍ମଧ୍ୟରୁ 25 ଟି ଚାନ୍ଦି ଓ ସୁନା ମେଡ ହେଉଛି। ବାଣ ଫୁଟାଇବା ପାଇଁ 8 ରୁ 10 ଟା ପର୍ଯ୍ୟନ୍ତ ସମୟ ରହିଛି। କୌଣସି ପ୍ରକାର ବିସ୍ପୋରକ କିମ୍ବା ରାସାୟନିକ ବାଣ ଫୁଟାଇଲେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ। ଜନଗହଳି ପୂର୍ଣ ଅଞ୍ଚଳରେ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇ ପାରିବେ ନାହିଁ। ପୋଲିସ ପେଟ୍ରୋଲିଂ କଡ଼ାକଡ଼ି କରାଯିବ ।
ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ କାଳୀପୂଜା ନିମନ୍ତେ କଟକ ଡିସି ପି ଙ୍କ ନେତୃତ୍ୱରେ ପ୍ରସ୍ତୁତି ବୈଠକ ଚାଲିଛି।ବୈଠକରେ ଉପସ୍ଥିତ ଅଛନ୍ତି କଟକ ଡିସିପି, ସମସ୍ତ ଥାନା ଅଧିକାରୀ ସମେତ ସବୁ ଜୋନ acp ଓ ଅନ୍ୟ ପୋଲିସ କର୍ମଚାରୀ।କିଭଳି କାଳୀ ପୂଜା ଓ ଦୀପାବଳି କୁ ସୁରୁଖୁରୁ ରେ ଶେଷ କରାଯିବ ତା ଉପରେ ଆଲୋଚନା କରାଯାଉଛି।