ଉଚ୍ଚଶିକ୍ଷା ବିଭାଗରେ ଛାତ୍ରଛାତ୍ରୀଙ୍କ ଅଭିଯୋଗ, କଲେଜରେ ପାଠପଢ଼ାଉ ନାହାନ୍ତି ସାର୍, ମ୍ୟାଡମ

0

ଓଡିଆ ନ୍ୟୁଜ (ବ୍ୟୁରୋ) : କଲେଜ ଅଧ୍ୟାପକଙ୍କୁ ନେଇ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ବିଭାଗରେ ଅଭିଯୋଗ କରିଛନ୍ତି । କଲେଜରେ ୭ଘଣ୍ଟା ସାର ଓ ମ୍ୟାଡମ୍ ପାଠ ପଢାଉନଥିବା ଅଭିଯୋଗ ହୋଇଛି । ଅଧ୍ୟାପକଙ୍କ ପ୍ରଦର୍ଶନ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଅଧ୍ୟାପକଙ୍କ ପାଠପଢ଼ାରେ ହେଉ ବା କଲେଜର ଭିତ୍ତିଭୂମିକୁ ନେଇ ହେଉ ସବୁଥିରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ମାଳମାଳ ଅଭିଯୋଗ ପରେ ଉକ୍ତ କଲେଜଗୁଡିକୁ ୧୪ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ।

ଶିକ୍ଷାନୁଷ୍ଠାନରେ ଶିକ୍ଷାରମାନ ବଢ଼ାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ଆରମ୍ଭ କରିଛି ଏହି ପ୍ରୟାସ । ଏହାପରେ ଅଧ୍ୟାପକଙ୍କ ପ୍ରଦର୍ଶନକୁ ନେଇ ଛାତ୍ରଛାତ୍ରୀ ଦେଇଥିବା ଫିଡବ୍ୟାକରେ ଅସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏହି ତାଲିକାରେ ରହିଛି । ଯେଉଁଠି ଅଧ୍ୟାପକମାନେ ୭ଘଣ୍ଟା ପାଠପଢ଼ାଉ ନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ସେହିପରି ଅଧ୍ୟାପକ ମଦ୍ୟପାନ କରି କଲେଜ ଆସୁଥିବା ମଧ୍ୟ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ସେହିପରି ପାଠପଢ଼ା ଓ ଭିତ୍ତିଭୂମିର ଅଭାବ ତାଲିକାରେ ବିଜେବି ସ୍ୱୟଂଶାସିତ କଲେଜ, ମହର୍ଷି କଲେଜ, ପୁରୀର ଏସସିଏସ କଲେଜ ଭଳି ରାଜ୍ୟର ଅଗ୍ରଣୀ ଡିଗ୍ରୀ କଲେଜ ରହିଛି ।

ଅନେକ କଲେଜରେ ଅଧ୍ୟାପକଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ମଧ୍ୟରେ କେହି ଜଣେ ବି ଠିକ ସମୟରେ କଲେଜକୁ ଆସୁନାହାନ୍ତି । କଲେଜରେ ବାୟୋମେଟ୍ରିକ ବ୍ୟବସ୍ଥା ଥିଲେ ବି ଏହାକୁ କାହିଁକି କଡାକଡି ଭାବେ ପାଳନ କରାଯାଉନାହିଁ । ଏନେଇ ବାରମ୍ବାର ଉଚ୍ଚ ଶିକ୍ଷା ବିଭାଗ ମଧ୍ୟ କଲେଜ ଓ ବିଶ୍ୱବିଦ୍ୟାଳୟକୁ ତାଗିଦ କରିସାରିଛି । ଛାତ୍ରଛତ୍ରୀଙ୍କ ଏଭଳି ଅଭିଯୋଗ ପରେ ଅଧ୍ୟାପକଙ୍କ ମହଲରେ ଛନକା ପଶିଛି ।

Leave A Reply

Your email address will not be published.