ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ଟାଉନଥାନାରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ | ଆଜିଠାରୁ ଦେଶରେ ଲାଗୁ ହେଲା ନୁତନ ଅପରାଧିକ ଆଇନ । ୩ଟି ନୂଆ ଆପରାଧିକ ଆଇନ ସୋମବାର ଠାରୁ କାର୍ଯ୍ୟକାରୀ ହୋଇଛି। ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିଛି ।

ଭାରତୀୟ ଦଣ୍ଡ ସଂହିତା (ଆଇପିସି), ଫୌଜଦାରି ଅପରାଧ ସଂହିତା (ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଏବେ କାର୍ଯ୍ୟକାରୀ ହେବ। ଏହି ପରିପ୍ରେକ୍ଷୀରେ ବାରିପଦା ଟାଉନଥାନା ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜନସାଧାରଣ ଓ ବୁଦ୍ଧିଜୀବୀ ଙ୍କୁ ନେଇ ନୁତନ ଅପରାଧିକ ଆଇନ କାର୍ଯ୍ୟକାରିତା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ନୂଆ ଆଇନ ପ୍ରଣୟନ ହେବାପରେ ଏହାର କାର୍ଯ୍ୟକାରୀତା ଓ ଏହାଦ୍ବାରା ସାଧାରଣ ଜନତା କିପରି ଏହାର ଲାଭ ନେଇ ପାରିବେ ସେନେଇ ବାରିପଦା ସଦର ଏସଡିପିଓ , ଟାଉନଥାନା ଅଧିକାରୀ ଓ ଆଇନଜୀବୀ ଆସିଥିବା ଲୋକଙ୍କୁ ବୁଝାଇଥିଲେ ।

Leave A Reply

Your email address will not be published.