ହ୍ବିପ୍‌ ଭାଙ୍ଗିଲେ ୮କଂଗ୍ରେସ ବିଧାୟକ

0

ଓଡ଼ିଆ ନ୍ୟୁଜ୍: ୮ କଂଗ୍ରେସ ବିଧାୟକ ହ୍ବିପ୍‌ ଭାଙ୍ଗିଥିବା ଅଭିଯୋଗ।୧୩ରୁ ୧୬ ଯାଏଁ ଭୁବନେଶ୍ବର ନ ଛାଡ଼ିବାକୁ ଥିଲା ନିର୍ଦ୍ଦେଶ।ହ୍ବିପ୍‌ ଜାରି କରିଥିଲେ କଂଗ୍ରେସ ଦଳ ମୁଖ୍ୟ ସଚେତକ ସିଏସ୍ ରାଜନ ଏକ୍କା। କିନ୍ତୁ ୮ କଂଗ୍ରେସ ବିଧାୟକ ହ୍ବିପ୍‌ ନ ମାନି ବେଙ୍ଗଲୁରୁ ଯାଇଛନ୍ତି। କଂଗ୍ରେସ ଦଳ ମୁଖ୍ୟ ସଚେତକ ସିଏସ୍ ରାଜନ ଏକ୍କା ବେଙ୍ଗଲୁରୁ ଯାଇଛନ୍ତି।ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ୮ ବିଧାୟକ ବେଙ୍ଗଲୁରୁ ଯାଇଛନ୍ତି।

ରାଜ୍ୟ ବାହାରକୁ ଯାଇଥିବା କଂଗ୍ରେସ ବିଧାୟକଙ୍କ ମଧ୍ୟରେ ପବିତ୍ର ସାଉଁନ୍ତା, ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, ଆପୋଲ ସ୍ବାମୀ, ମଙ୍ଗୁ ଖିଲ ପ୍ରମୁଖ ସାମିଲ । ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଧାୟକଙ୍କୁ ନେଇ ମାର୍ଚ୍ଚ ୧୫ରେ ଓଡ଼ିଶା ଫେରିବେ ଭକ୍ତ ଦାସ ।

ସେପଟେ ପୂର୍ବରୁ ବିଜେଡି ପକ୍ଷରୁ ମଧ୍ୟ ହୁଇପ୍ ଜାରି କରାଯାଇଛି । ମାର୍ଚ୍ଚ ୧୬ ଯାଏଁ ବିଧାୟକମାନଙ୍କୁ ଭୁବନେଶ୍ବର ନଛାଡ଼ିବାକୁ ବିଜେଡି ହ୍ବିପ୍ ଜାରି କରିଛି । ଏପରିକି ଯେଉଁ ବିଧାୟକଙ୍କୁ ଦଳ ବିଶ୍ବାସ କରିପାରୁନି ସେମାନଙ୍କୁ ନବୀନ ନିବାସ ଡକାଇ ଶପଥ କରାଉଛି ଦଳ । ଚତୁର୍ଥ ଆସନ ହାତେଇବାକୁ ଶାସକ ବିଜେପି, ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଲାଗି ରହିଛି ।

Leave A Reply

Your email address will not be published.