ଗୋପ ବ୍ଲକ ଜିଲ୍ଲା ପରିଷଦ ସଦସ୍ୟଙ୍କ ମୃତ୍ୟୁ ର ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୋପ ବ୍ଲକ ୧୧ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟାର ସତ୍ୟାସତ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଆଜି ପ୍ରଦେଶ କଂଗ୍ରେସର ଉପସଭାପତି

ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଶିବାନନ୍ଦ ରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ପୁରୀ ଜିଲ୍ଲା କଂଗ୍ରେସ ସଭାପତି,
ନିମାପଡ଼ାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ରବିନ୍ଦ୍ର କୁମାର ସେଠୀ ଡିସିପି ଶ୍ରୀ ସିଂକୁ କହିଥିଲେ ଯେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ତାଙ୍କ ମୋବାଇଲର ଫେସବୁକ ପେଜରେ ବହୁ
ଗୁରୁତ୍ୱପୂର୍ଣ୍ଣ ଘଟଣା ପୋଷ୍ଟ କରିଥିଲେ । କିନ୍ତୁ ମୃତ୍ୟୁର ଅଳ୍ପ ସମୟ ଭିତରେ ତାଙ୍କ ଫେସବୁକ ପେଜରୁ ତାହା ଡିଲିଟ୍ ହୋଇଯାଇଛି । ତେଣୁ ଏହି ସମୟ ଭିତରେ ମୋବାଇଲରୁ କିଏ ଓ କାହିଁକି ତାଙ୍କ ପୋଷ୍ଟକୁ
ଡିଲିଟ୍ କଲା? ତାଙ୍କ ମୋବାଇଲ ଏହି ସମୟ ମଧ୍ୟରେ କାହା ପାଖରେ ଥିଲା? ତାଙ୍କ ଫେସବୁକ ପେଜ ପୋଷ୍ଟରେ ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କ ଦୁଇଟି ମୋବାଇଲରେ ବହୁ ଆପତିଜନକ ଭିଡିଓ କ୍ଲିପକୁ
ସେ ରଖଛନ୍ତି ଯାହା ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ ନିଶ୍ଚିତ ଭାବରେ ଜାଣିବା ଉଚିତ ସେ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତି ନେଲେ ନା ତାଙ୍କୁ ଏ ନିଷ୍ପତି ନେବାକୁ ବାଧ୍ୟ କରାଗଲା । ଭୁବନେଶ୍ୱର ଧଉଳି ଥାନାର ତଦନ୍ତକାରୀ ଅଧିକାରୀ ନିମାପଡ଼ା ଅଂଚଳର ହୋଇଥିବା ସହିତ ତାଙ୍କର ବହୁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହିତ ସୁ ସଂପର୍କ ଥିବା ହେତୁ ତାଙ୍କୁ ଏଭଳି ଏକ ସଂଗୀନ ସ୍ପର୍ଷକାତର ଘଟଣାର ତଦନ୍ତ ଦାୟିତ୍ୱରୁ ତୁରନ୍ତ ହଟାଇବାକୁ କଂଗ୍ରେସ ନେତୃବର୍ଗ ଦାବି
କରିଛନ୍ତି ।

 

ଧର୍ମେନ୍ଦ୍ର ସାହୁଙ୍କୁ ଆତ୍ମହତ୍ୟା କରିବାପାଇଁ କିଛି ଏଭଳି ପରିସ୍ଥି୍‌ତି ବାଧ୍ୟ କରିଥିଲା କି? ବିଭିନ୍ନ ଗଣମାଧ୍ୟମରୁ ସରକାରୀ ଦଳର ବିଧାୟକ ତଥା ମନ୍ତ୍ରୀଙ୍କର ସପୃକ୍ତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେଣୁ ଏ
ଘଟଣାର ସଂପୂର୍ଣ୍ଣ ନିରପେକ୍ଷ ତଦନ୍ତ ଦାବି କରିବା ସହିତ ସତ୍ୟାସତ୍ୟ ଲୋକଲୋଚନକୁ ଆଣିବାପାଇଁ କଂଗ୍ରେସ ଦଳର ନେତୃବର୍ଗ ଡିସିପିଙ୍କୁ ଦାବି କରିଥିଲେ । ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ ତୁରନ୍ତ
ତଦନ୍ତ ଅଧିକାରୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେବା ସହିତ ଦିବଗଂତ ଧର୍ମେନ୍ଦ୍ର ସାହୁଙ୍କ ମୋବାଇଲ ଦୁଇଟିକୁ ରାଜ୍ୟ ଫରେନସିଂକ ଲାବ୍ରୋଟାରୀକୁ ପଠାଯାଇଛି ବୋଲି କହିଛନ୍ତି ଏବଂ ନିରପେକ୍ଷ ତଦନ୍ତ
ନିଶ୍ଚିତ ଭାବରେ କରାଯିବାର ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.