ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୪ ନିର୍ବାଚନ ସଜବାଜ । ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ପ୍ରସ୍ତୁତ ସବୁ ରାଜନୈତିକ ଦଳ। କେଉଁ ଆସନରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ସବୁ ରେଜନୈତକ ଦଳ ଜାରି ରଖିଛନ୍ତି ଅଙ୍କକଶା।
ତେବେ ଟିକେଟ୍ ବଣ୍ଟନକୁ ନେଇ ଆଜି ବଡ଼ ସୂଚନା ଦେଇଛି କଂଗ୍ରେସ। ପ୍ରାର୍ଥୀଙ୍କୁ ଆଗୁଆ ଟିକେଟ୍ ଦେବା ପାଇଁ କଂଗ୍ରେସର ବସିଲା ପ୍ରଦେଶ ନିର୍ବାଚନ କମିଟି (ପିଇସି) ବୈଠକ । ଏହି ବୈଠକରେ ପିସିସି ସଭାପତିଙ୍କ ସହ ପ୍ରଦେଶ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ରହିଛନ୍ତି ।ଖବର ଅନୁଯାୟୀ, ପ୍ରଗମନ ଆପରେ ଟିକେଟ ଆବେଦନ କରିଥିବା ପ୍ରାର୍ଥିଙ୍କ ଉପରେ ବୈଠକରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।
ଏହା ପରେ ସ୍କ୍ରିନଂ କମିଟିକୁ ପ୍ରାଥୀଙ୍କ ତାଲିକା ପଠାଯିବ । ପ୍ରଗମନ ଆପରେ ବିଧାୟକ ପାଇଁ ୩୦୦୦ ଓ ସାଂସଦ ପାଇଁ ୭୦୦ଜଣ ଆଶାୟୀ ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୭୦ଟି ଆସନ ପାଇଁ ଟିକେଟ ଘୋଷଣା କରିବ କଂଗ୍ରେସ । ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରାଯିବାକୁ ଯୋଜନା କରୁଛି କଂଗ୍ରେସ ।