ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର, ବମିଖାଲ ୱାଡ଼ ର୍ ନଂ-୩୧ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଯୁବ ନେତା ଇଂ ସୂର୍ଯ୍ୟକାନ୍ତ ଜେନାଙ୍କ ନେତୃତ୍ୱରେ ଆଜି ଦିବା ୧୧ ଘଟିକା ସମୟରେ ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଦ୍ୱାରା ଜଳଛତ୍ର ଉଦ୍ଘାଟନ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏହି ଜଳଛତ୍ର କାର୍ଯ୍ୟକ୍ରମ ଚାଲୁରହିଆସୁଅଛି । ଅତ୍ୟଧିକ ତାପମାତ୍ରା ହେତୁ ଜନସାଧାରଣଙ୍କ ଜନଜୀବନ ନିରାପତା ପାଇଁ ସୂର୍ଯ୍ୟକାନ୍ତ ଜେନା ଜଳଛତ୍ର ଆୟୋଜନ କରିଆସୁଛନ୍ତି । ପ୍ରତିଦିନ ହଜାର ହଜାର ପଥଚାରୀ ନିଜର ତୃଷ୍ଣା ମେଂଟାଇବା ସହିତ ପଶୁପକ୍ଷୀଙ୍କ ପାଇଁ ମଧ୍ୟ ପାନୀୟଜଳ ସୁବିଧା କରାଯାଇଛି । ଏହି ଜଳଛତ୍ର ଗ୍ରୀଷ୍ଣଋତୁର ଶେଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କର୍ପୋରେଟର ପ୍ରକାଶ ଜେନା ଆଜି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।
ଉକ୍ତ ଜଳଛତ୍ର ଉଦ୍ଘାଟନ ସମୟରେ ସର୍ବଶ୍ରୀ କବିରାଜ ପ୍ରଧାନ, ଚିନ୍ମୟ ସୁନ୍ଦର ଦାଶ, ଲିଙ୍ଗରାଜ ସାହୁ, ମୃତ୍ୟୁଞ୍ଜୟ ଛୋଟରାୟ, ଦୁଖିଶ୍ୟାମ ଜେନା, ଆଲୋକ ମହାନ୍ତି, ସୁଶାନ୍ତ କୁମାର ଜେନା, ଅଭୟ ରାଉତରାୟ, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଧି, ନିରଞ୍ଜନ ପୁହାଳ, ସୁଜନ କୁମାର ଜେନା, ସଂଜୟ କୁମାର ଜେନା, ତରୁଣ ମିଶ୍ର, କୁଳମଣି ସାହୁ, ସୁକାନ୍ତ ବରାଳ, ଅଶୋକ ପୁହାଣ, ସମୀର ପୁହାଣ, ବୈଲୋଚନ ସାହୁ, ଉଲ୍ଲାସ ଜେନା, ରାକେଶ ଜେନା, ବିଦ୍ୟୁତ୍ କୁମାର ସାମନ୍ତରାୟ, ଲାରା ଛୋଟରାୟ, ଶଙ୍କର୍ଷଣ ଭୋଇ, ଜ୍ୟୋତିକୃଷ୍ଣ ସାମନ୍ତରାୟ, ରାଜ କିଶୋର ସାମନ୍ତରାୟ, ଦେବୀକାନ୍ତ ପ୍ରଧାନ, ପ୍ରଭାତ ସାହୁ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ନେତୃମଣ୍ଡଳି ଏଥିରେ ଅଂଶ ଗ୍ରହଣ କରିଥିଲେ ।