ବିଜେଡି ଓ ବିଜେପି କୁ ବୈଦିକ ରୀତିରେ ବିବାହ କରେଇଲେ କଂଗ୍ରେସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୦୨୪ ନିର୍ବାଚନ ତାରିଖ ଘୋଷଣା ହୋଇ ନଥିଲେବି ସାରା ରାଜ୍ୟରେ ରାଜନୈତିକ ପାଣି ପାଗ ଉଷ୍ମତା ହେବାରେ ଲାଗିଲାଣି।ସୋହି ପରି କେନ୍ଦ୍ରାପଡା ଜିଲ୍ଲାର ବହୁ ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଟକୁରା ନିର୍ବାଚନ ମଣ୍ଡଳୀ ରେ ଆରୋପ ପତ୍ୟାରୋପ ଦେଖିବା ପାଇଁ ମିଳିଲାଣି।

ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ପକ୍ଷରୁ କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଙ୍କ ନେତୃତ୍ବରେ ଆଜି ଗରଦପୁର ବ୍ଲକ କୋରୁଆ ଲୋକନାଥ ମହାବିଦ୍ୟାଳୟ ଛକ ନିକଟ ହରିପୁର ଠାରେ ଉଭୟ ବିଜେଡି ଓ ବିଜେପି କୁ ବୈଦିକ ରୀତିରେ ବିବାହ କରାଇ ଉଭୟ ଗୋଟିଏ ଦଳ ବୋଲି ପ୍ରମାଣିତ କରିଛନ୍ତି କଂଗ୍ରେସ ଦଳ । ଆଜି ର ଏହି ବିବାହ ଉତ୍ସବ ପାଇଁ ବିଜେପି ବର ହୋଇଥିବା ବେଳେ ବିଜେଡି କନ୍ୟା ସାଜିଥିଲେ । ବିଜେପି ବରକୁ ବିରାଟ ଶୋଭାଯାତ୍ରାରେ ବାଣ,ରୋଷଣୀ ଓ ବରଯାତ୍ରୀ ଙ୍କ ସହିତ ହରିପୁର ଠାରେ ଥିବା ବସଷ୍ଟାଣ୍ଡ ରୁ ବିବାହ ମଣ୍ଡପକୁ ଅଣା ଯାଇଥିଲା । ବିବାହ ମଣ୍ଡପରେ ବ୍ରାହ୍ମଣ ଙ୍କ ମନ୍ତ୍ର ପାଠ ଦ୍ବାରା ରୀତି ନିତି ଅନୂଯାୟୀ ବିବାହ କରା ଯାଇଥିଲା । ବିଜେପିର ବରପିତା ଭାବେ କଂଗ୍ରେସ ସେବାଦଳ ର ପୂର୍ବତନ ଅଧ୍ୟକ୍ଷ ଜୟଦେବ ପରିଡ଼ା ହୋଇଥିବା ବେଳେ ବିଜେଡି କନ୍ୟା ପିତା ଭାବେ ଦୋଳଗୋବିନ୍ଦ ମାହାଳୀ କନ୍ୟାଦାନ କରିବା ପରେ ବରଯାତ୍ରୀ ଙ୍କୁ ଭୋଜିଭାତରେ ଆପ୍ୟାୟିତ କରାସମସ୍ତ ବୈଦିକ ରୀତିରେ ବିଭାଗର କାର୍ଯ୍ୟ ସମପନ କରା ଯାଇଥିଲା ।

ଏହି ଅବସରରେ ଡେରାବିଶ ବ୍ଲକ କଂଗ୍ରେସ କମିଟି ସଭାପତି ଉମେଶ ଚନ୍ଦ୍ର ତ୍ରିପାଠୀ, ମହିଳା କଂଗ୍ରେସ ସଭାନେତ୍ରୀ ରଶ୍ମିତା ମହାନ୍ତି, ରାଜକିଶୋର ମିଶ୍ର, ଗରଦପୁର ବ୍ଲକ କଂଗ୍ରେସ କମିଟି ସଭାପତି ଜ୍ୟୋତି ରଞ୍ଜନ ପରିଡ଼ା, କଂଗ୍ରେସ ନେତା ସୁବାସ ସାମଲ, ଜିଲ୍ଲା କଂଗ୍ରେସ ଉପସଭାପତି ନିରଞ୍ଜନ ରାଉତ, ଦୟାନିଧି ଜେନା,କୁମାର ପାଣି, ରମାକାନ୍ତ ସ୍ବାଇଁ, ପ୍ରଦୀପ ଲେଙ୍କା, ଗୋଲକ ବିହାରୀ ସ୍ବାଇଁ, କଂଗ୍ରେସ ନେତ୍ରୀ କୃଷ୍ଣପ୍ରିୟା ବାରିକ୍, ମମତା ଦାସ, ସସ୍ମିତା ଜେନା, ସୁଧୀର ରାଉତ, ଫନିନ୍ଦ୍ର ବେହେରା, ଶଙ୍କର୍ଷଣ ମଲ୍ଲିକ, ପ୍ରଫୁଲ୍ଲ ଦାସ, ଅରକ୍ଷିତ ସାମଲ ଙ୍କ ସମେତ ଏକ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.