ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ

0

ଓଡ଼ିଆ ନ୍ୟୁଜ୍: ଆଜି ଓଡ଼ିଶା କଂଗ୍ରେସ ପାଇଁ ଦିଲ୍ଲୀରେ ବଡ଼ ବୈଠକ । ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ବୈଠକରେ ଯୋଗଦେବେ ପିସିସି ସଭାପତି ଭକ୍ତ ଚରଣ ଦାସ । ଅଜୟ ଲଲୁ ଓ ରାମଚନ୍ଦ୍ର କାଡ଼ାମ ମଧ୍ୟ ଉପସ୍ଥିତ ରହିବେ । ଏଆଇସିସି ଅଧକ୍ଷ ମଲ୍ଲିକାର୍ଜୁନ୍ ଖଡଗେ, ରାହୁଲ ଗାନ୍ଧୀ ଓ ଏଆଇସିସି ସାଂଗଠନିକ ସମ୍ପାଦକ କେସି ବେଣୁଗୋପାଳ ଏହି ବୈଠକରେ ଉପସ୍ଥିତ ରହିବେ। ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ନିଯୁକ୍ତ କରିଥିବା ସମସ୍ତ ୩୫ ପର୍ଯ୍ୟବେକ୍ଷକ ଓଡିଶା ଆସିବା ପୂର୍ବରୁ ସେମାନଙ୍କ ସହ ରାହୁଲ କରିବେ ଆଲୋଚନା ।

ଦିଲ୍ଲୀରୁ ଆସିଲା ପରେ କଂଗ୍ରେସ ଜିଲ୍ଲା ସଭାପତି ଚୟନ ହେବ । ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସାଂଗଠନିକ ସ୍ଥିତି ମଜଭୁତ ସହ ରାଜ୍ୟରେ ଆଗାମୀ ରଣନୀତି କ’ଣ ରହିବ, ସେନେଇ କରାଯିବ ମାନସମନ୍ଥନ । ରାଜ୍ୟ କଂଗ୍ରେସ ଜିଲ୍ଲା ସଭାପତି ନିଯୁକ୍ତି ଉପରେ ଗୁରୁତ୍ବ ଦେଉଛି । ଗୁଜରାଟ ଢାଞ୍ଚାରେ ଏଠାରେ ସଂଗଠନ ସୃଜନ ମାଧ୍ୟମରେ ଜିଲ୍ଲା ସଭାପତି ଚୟନ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଉ ବରିଷ୍ଠ ନେତାଙ୍କ ସୁପାରିଶରେ ଜିଲ୍ଲା ଓ ବ୍ଲକ ସଭାପତି ଚୟନ କରାଯିବନି। ବରଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଅନୁସାରେ ବଛାଯିବେ ଜିଲ୍ଲା ସଭାପତି ।

Leave A Reply

Your email address will not be published.