ଓଡ଼ିଶାରେ ସଂଗଠନ ସୃଦୃଢ କରିବାକୁ କଂଗ୍ରେସର ବ୍ଲୁ ପ୍ରିଣ୍ଟ: ଅନଲାଇନରେ କରିବ ମେମ୍ବରସିପ୍ ଡ୍ରାଇଭ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):. ଓଡ଼ିଶାରେ ସଂଗଠନ ସୃଦୃଢ କରିବାକୁ କଂଗ୍ରେସର ବ୍ଲୁ ପ୍ରିଣ୍ଟ୍। ଓଡ଼ିଶାରେ ସଦସ୍ୟତା ସଂଗ୍ରହ ଅଭିଯାନ ଜୋରଦାର କରିବ କଂଗ୍ରେସ। ଅଫଲାଇନ୍ ସହ ଏଣିକି ଅନଲାଇନରେ କଂଗ୍ରେସ କରିବ ମେମ୍ବରସିପ୍। ନଭେମ୍ବରରୁ ଜାତୀୟ ସ୍ତରର ଆରମ୍ଭ ହୋଇଛି ଯାହା 31 ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ପରେ କଂଗ୍ରେସ ସାଙ୍ଗଠନିକ ଇଲେକ୍ସନ ପ୍ରୋସେସ ଆରମ୍ଭ କରିବ।

ପ୍ରଥମେ ବ୍ଲକ କଂଗ୍ରେସ କମିଟି ଗଠନ ହେବ ଓ ତା ପରେ ଜିଲ୍ଲା କଂଗ୍ରେସ କମିଟି ଗଠନ ହେବ ଆଉ ଅଗଷ୍ଟ ରେ ପ୍ରଦେଶ କଂଗ୍ରେସ କମିଟି ନିର୍ବାଚନ ହେବ। ଅନ୍ୟ ପଟେ ସରକାର ବିରୋଧରେ ଥିବା ବିଭିନ୍ନ ପ୍ରସଂଗକୁ ନେଇ ମଧ୍ୟ ଧାରଣାକୁ ଓହ୍ଲାଇବା ସହ ଲୋକଙ୍କ ପାଖକୁ ଯିବ କଂଗ୍ରେସ। ମହଙ୍ଗା ମୁଦ୍ଦାକୁ ମୁଖ୍ୟ ପ୍ରସଂଗ କରିବ ଦଳ। ଆଉ 31 ମାର୍ଚ୍ଚରେ ମେହେଙ୍ଗାଇ ମୁକ୍ତ ଭାରତ ଅଭିଯାନ ନାଁରେ ହେବ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ। ଦ୍ବିତୀୟ ପର୍ଯ୍ୟୟରେ । 2 ରୁ ଏପ୍ରିଲ 4 ଜିଲ୍ଳା ସ୍ତରରେ ଏବଂ 7 ଏପ୍ରିଲରେ ହେବ ଭୁବନେଶ୍ବରରେ ପ୍ରତିବାଦ। ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ କଂଗ୍ରେସର ବରିଷ୍ଠ ସାଂସଦ ତଥା ଓପିସିସି ଲୋକ ସଂପର୍କ ଅଧିକାରୀ ନୀରଜ ଡାଙ୍ଗି।

Leave A Reply

Your email address will not be published.