ଭୁବନେଶ୍ବର TPCODL ଘେରିଲା କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍: ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସ୍ ଘେରିଲା କଂଗ୍ରେସ।ସ୍ମାର୍ଟ ମିଟର, ସିକ୍ୟୁରିଟି ଅର୍ଥ ପ୍ରତ୍ୟାହାର ଦାବିରେ କଂଗ୍ରେସର ବିକ୍ଷୋଭ।ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଫିସରେ ତାଲା ପକାଇଲେ କଂଗ୍ରେସ କର୍ମୀ। ଭୁବନେଶ୍ବର TPCODL କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ।ସ୍ମାର୍ଟ ମିଟର, ସିକ୍ୟୁରିଟି ଅର୍ଥ ପ୍ରତ୍ୟାହାର ଦାବିରେ କଂଗ୍ରେସର ବିକ୍ଷୋଭ।ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବରିଷ୍ଠ ନେତାଙ୍କ ବିକ୍ଷୋଭ। ସରକାର ଓ ଟାଟା କମ୍ପାନୀ ନିବୃତ୍ତ ନହେଲେ ଗାଁ ଗାଁରେ ଆନ୍ଦୋଳନ ଚେତାବନୀ। ସେପଟେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଇଲେକ୍ଟ୍ରି ଅଫିସ ଘେରିଲା କଂଗ୍ରେସ।

ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ ଚେତାବନୀ ଦିଆଯାଇଛି। ଧର୍ମଶାଳା ଉପ ବିଭାଗୀୟ ଅଧିକାରୀଙ୍କ ଜରିଆରେ ବାଲେଶ୍ୱର ଟାଟା ପାୱାର ସଭାପତିଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କମିଟିର ନିଷ୍ପତ୍ତି କ୍ରମେ ଟାଟା ପାୱାରର ଅତିରିକ୍ତ ଦେୟ ଆଦାୟକୁ ପ୍ରତିବାଦ କରିବା ସହିତ ଗ୍ରହକମାନଙ୍କର ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କ ଉପରେ ଲଦି ଦେଉଥୁବା ଆର୍ଥିକ ବୋଝକୁ ଯଥାଶୀଘ୍ର ପ୍ରତ୍ୟାହାର କରିବାକୁ ଅନୁରୋଧ କରାଯାଇଛି। ଅତିରିକ୍ତ ଦେୟ ଆଦାୟ ବନ୍ଦ କରିବା, ସ୍ମାର୍ଟ ମିଟର ପାଇଁ ଆଦାୟ କରାଯାଉଥିବା ଅର୍ଥ ବନ୍ଦକରିବା, ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇଦେବାକୃଷି ଭିତ୍ତିକ ଶିଳ୍ପ, କୁଟୀର ଶିଳ୍ପ ଓ ଶୀତଳଭଣ୍ଡାରକୁ ବିନା ମୂଲ୍ୟରେ ବିଦ୍ୟୁତ୍‌ ଯୋଗାଇ ଦେବା, ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଇ ଦେବା ପାଇଁ ଦାବି ଖାଯାଇଛିି।

Leave A Reply

Your email address will not be published.