ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭୁବନେଶ୍ୱର ସହର ୭୫ ବର୍ଷରେ ପର୍ଦାପଣ କଲା । ୭୫ ବର୍ଷ ପୂର୍ବରୁ ୪୦ ହଜାର ଲୋକଙ୍କ ପାଇଁ ଏ ସହରର ପରିକଳ୍ପନା କରାଯାଇଥିଲା । ଆଜି ସହରର ଜନସାଧାରଣ ଏ ୭୫ବର୍ଷ ଭିତରେ ପାଖାପାଖି ୧୨ ଲକ୍ଷରୁ ଅଧିକ । ମ୍ୟୁନି୍ିପାଲଟିରୁ ମହାନଗରର ମାନ୍ୟନତା ପାଇବାର ବହୁବର୍ଷ ପରେ ମଧ୍ୟ ସହରର ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତିଙ୍କ ଶ୍ରୀ ବିଶ୍ୱଜିତ ଦାଶଙ୍କ ସଭାପତିତ୍ୱରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଭୁବନେଶ୍ୱର ମହାନଗର ନିଗମର ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ସାଙ୍ଘାତିକ । ବୟସ୍କ ଲୋକମାନେ ଘରୁ ବାହାରିବାକୁ ଡରୁଛନ୍ତି । ପ୍ରତିଦିନ ରାହାଜାନି, ଚୋରୀ, ଡକାୟତି ବହୁ ପରିମାଣରେ ବୃଦ୍ଧି ଘଟିଛି । ଏପରିକି ଛୋଟ ଛୋଟ ଘଟଣାରେ ବନ୍ଧୁକ, ବୋମା ଏବଂ ଖଣ୍ଡା ଜନଗହଳୀପୂର୍ଣ୍ଣ ଅଂଚଳରେ ଘୁରି ବୁଲୁଛି । ଅଣ ସାମାଜିକକ ତତ୍ୱଙ୍କ ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇବା ସହିତ ନିରୀହ ଜନସାଧାରଣଙ୍କ ମନରେ କୋକୁଆ ଭୟ ସୃଷ୍ଟି କରାଯାଉଛି । ଜନସଂଖ୍ୟା ଯେଉଁ ଭାବରେ ବୃଦ୍ଧି ଘଟିଛି, ସେହି ମାତ୍ରାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ପାଇଁ ଅଧିକ ଥାନା ଏବଂ ପୋଲିସ୍ ନିଯୁକ୍ତି କରାଯାଉନାହିଁ ।
ଦୋଷି ମାନଙ୍କ ବିରୁଦ୍ଧରେ ତୋରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଶ୍ରୀ ବିଶ୍ୱଜିତ୍ ଦାସ ସାମ୍ବାଦିକ ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଭୁବନେଶ୍ୱର ସହରର ଜଳବାୟୁ ଅତ୍ୟନ୍ତ ମନୋଲୋଭା ଥିଲା । ଏପିରିକି ସାରା ସହରର ଚର୍ତୁପାଶ୍ୱର୍କୁ ସବୁଜ ବଳୟ ଘେରି ରହିଥିଲା । ସହର ଭିତରେ ବିଭିନ୍ନ ଅଂଚଳରେ ପ୍ରଚୁର ପରିମାଣରେ ଗଛ ଥିଲା । କିନ୍ତୁ ବିକାଶ ଏବଂ ସହରର ରାସ୍ତାକୁ ପ୍ରଶସ୍ତ କରିବା ନାମରେ ସବୁଜ ବଳୟକୁ ଏ ୨୩ ବର୍ଷ ଭିତରେ ସଂପୂର୍ଣ୍ଣ ରୁପେ ବିନାଶ କରିଦିଆଗଲା । ଏପରିକି ବହୁତଳ କୋଠା ନିର୍ମାଣ ପାଇଁ ଖୋଦ୍ ବିଧାନସଭା ପାଖରୁ ହଜାର ହଜାର ଗଛକୁ ଏତେ ପ୍ରତିବାଦ ସତ୍ୱେ କାଟି ଦିଆଗଲା । ସହର କଂକ୍ରେଟ୍ ଜଙ୍ଗଲରେ ଭରପୁର । ଖରାଦିନେ ପ୍ରଚଣ୍ଡ ଗରମ । ଭାରତ ବର୍ଷର ସବୁଠାରୁ ଉତ୍ପତ ରାଜଧାନୀ ମାନ୍ୟତା ମଧ୍ୟ ପାଇଲାଣି । କୋଟି କୋଟି ଟଙ୍କା ସବୁଜ ବଳୟ ସୃଷ୍ଟି କରାଯାଇଛି ବୋଲି କୁହାଯାଉଛି । କିନ୍ତୁ ପ୍ରକୃତରେ କେଉଁଠି ହେଉଛି ଓ କେତେ ଗଛ ଲଗାଯାଉଛି ତାହା ଏପର୍ଯ୍ୟନ୍ତ ଦେଖାଯାଉନାହିଁ କିମ୍ବା ଜଣାପଡ଼ୁନି ।
ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କହିଲେ ଯେ, ସହରର ଜନସଂଖ୍ୟା ବୃଦ୍ଧି ସହିତ ସହରର ମାଦକ ଦ୍ରବ୍ୟ ବିଶେଷକ କରି ଅଫିମ, ଗଞ୍ଜେଇ ଓ ଚରସ ଇତ୍ୟାଦିର ବ୍ୟବହାର ବହୁ ପରିମାଣରେ ବୃଦ୍ଧି ପାଇଛି । ବିଶେଷ କରି ଏ ସବୁର ବ୍ୟବହାର ପ୍ରତି ଗଳିକନ୍ଦିରେ ଖୋଲମ୍ଖୋଲା ଚାଲିଛି । ଯୁବକବର୍ଗ ଏ ଦ୍ୱାରା ଶିକାର ହେଉଛନ୍ତି । ନିଶାଗ୍ରସ୍ତ ବ୍ୟକ୍ତି ବହୁ ଅପରାଧ କରୁଛନ୍ତି । ସ୍ମାର୍ଟସିଟ୍ ନାମରେ ୧୦ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚର ତାଲିକା ପ୍ରକାଶ କରାଗଲା କିନ୍ତୁ କେବଳ ମୁଖ୍ୟରାସ୍ତା ଛଡା ସହରର ପ୍ରତ୍ୟେକ ଅଂଚଳର ଭିତରପଟ ରାସ୍ତା ନାହିଁ । ଜଳବନ୍ଦି ସମସ୍ୟା ସବୁଠାରୁ ବଡ଼ ସମସ୍ୟା । ସହରକୁ ଜଳବନ୍ଦି ସମସ୍ୟାରୁ ଏ ପର୍ଯ୍ୟନ୍ତ ମୁକ୍ତି କରାଯାଇପାରିଲା ନାହିଁ ।
୨୪ ଘଂଟା ନିରବିଚ୍ଛିନ୍ନ ବିଜୁଳି ଯୋଗାଣ କଥା କୁହାଯାଉଥିଲା । କିନ୍ତୁ ପ୍ରତିଦିନ ବିଭିନ୍ନ ବାହାନା ଦେଖାଇ ୩ ଘଂଟାରୁ ୪ ଘଂଟା ଅଂଚଳ ଅନୁସାରେ ବିଦ୍ୟୁତକାଟ୍ ହେଉଛି । ଏଥିରୁ ସ୍ପଷ୍ଟ ଭାବରେ ବୁଝାପଡ଼ୁଛି ରାଜ୍ୟ ସରକାର, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମ୍ୟୁନିସ୍ପାଲ କର୍ପୋରେସନ ସହରକୁ ସୁନ୍ଦର ଏବଂ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ କେତେମାତ୍ରାରେ ଚିନ୍ତିତ । ଛାତ୍ର କଂଗ୍ରେସ ସଭାପତି ୱାସିର୍ ନୱାଜ କହିଥିଲେ ଯେ, ଭୁବନେଶ୍ୱର ସହରର ସମସ୍ତ ପ୍ରାକୃତିକ ଜଳ ଉତ୍ସକୁ ଆଜି ସରକାରୀ ଚକ୍ରାନ୍ତି ଯୋଗୁ ମାରି ଦିଆଯାଇଛି । ଏପରିକି ପ୍ରଭାବଶାଳୀ ବ୍ୟକ୍ତିମାନେ ଏ ସବୁ ଜଳ ଉତ୍ସକୁ ବନ୍ଦ କରି ବଡ଼ ବଡ଼ ଆପର୍ଟମେଂଟ ବନାଇଛନ୍ତି । ଡ୍ରେନେଜ୍ ସମସ୍ୟା ପ୍ରାୟ ଏକ ଦଶନ୍ଧି ଧରି ଲାଗରହିଥିଲେ ମଧ୍ୟ ଏଥିପାଇଁ ସରକାରୀ ଉଦାସିନତା ସଂପୂର୍ଣ୍ଣ ରୁପେ ଦାୟୀ । ହକି ଖେଳ ସମୟରେ ସବୁ ଗଛରେ ଆଲୁଅ ।
ହକି ଖେଳ ସରିଲା ବିଭିନ୍ନ ୱାର୍ଡ଼ାରେ ଷ୍ଟ୍ରିଟ୍ ଲାଇଟ୍ ବନ୍ଦ କରିଦିଆଗଲା । ଜିଲ୍ଲା କଂଗ୍ରେସ ଦାବୀ କରୁଛି ଯେ, ଭୁବନେଶ୍ୱର ସହରର ଚତୁଃପାଶ୍ୱର୍ରେ ବହୁଳ ପରିମାଣରେ ବନିକରଣ କରିବା ସହିତ ଗଛ ଯେପରି ଆଉ କଟା ନଯିବ ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତି ପ୍ରତି ତକ୍ଷ୍ଣ ଧ୍ୟାନ ଦିଆଯାଉ ଏଥିପାଇଁ ଅଧିକ ପୁଲିସ୍ ନିଯୁକ୍ତି କରାଯାଉ ଏବଂ ମାଦମ ଦ୍ରବ୍ୟ ସେବନ କାରୀ ଏବଂ ତା’ର ଯୋଗାଣକାରୀଙ୍କ ଉପରେ କୋଠର କାର୍ଯ୍ୟାନୁଷ୍ଠାନ ନେବା ସହିତ ୨୪ ଘଂଟା ବିଜୁଳୀ ଯୋଗାଇ ଦିଆଯାଉ । ତତ୍ସହିତ ଏ ସହରକୁ ଜଳବନ୍ଦୁ ମୁକ୍ତି କରାଯାଉ ବୋଲି ସମସ୍ତେ ଉଦ୍ବେଗ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ଉତର ବ୍ଲକ ସଭାପତି ଶ୍ରୀ ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।