କଂଗ୍ରେସରୁ ଚିରଞ୍ଜୀବିଙ୍କୁ ନିଲମ୍ବନ ପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ  ଚିରଞ୍ଜୀବି  ବିଶ୍ୱାଳଙ୍କୁ  AICC ପକ୍ଷରୁ ନିଲମ୍ବନ କରାଯାଇଛି ।ଦଳ ବିରୋଧୀ ମନ୍ତବ୍ୟକୁ ନେଇ ନିଲମ୍ବନ କରାଯିବା ପରେ ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଶନିବାର ଜଗତସିଂହପୁର ପୌର ପରିଷଦ ସମ୍ମୁଖରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ଆଜି ନାଉଗାଁ, ରଘୁନାଥପୁର ଓ ତିର୍ତ୍ତୋଲରେ କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାଜ୍ୟ ଯୁବ କଂଗ୍ରେସ ଉପ ସଭାପତି ସୁନୀଲ ମାଟିଆଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।”

ଜଗତସିଂହପୁର ଜିଲ୍ଲାରେ କଂଗ୍ରେସକୁ ଦୁର୍ବଳ କରିଦେବାକୁ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର” ବୋଲି କଂଗ୍ରେସର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ।” ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ ସାମିଲ ଥିବା କହିବା ସହ ଶରତ ପଟ୍ଟନାୟକ ପିସିସି ସଭାପତି ପଦ ପାଇବା ପରେ ବହୁ ନେତାଙ୍କୁ ଅଣଦେଖା କରାଯାଇଛି ।

ଏହାକୁ ବିରୋଧ କରିବାରୁ ଚିରଞ୍ଜୀବି ବିଶ୍ୱାଳଙ୍କୁ ହଟାଇବା ପାଇଁ ପିସିସି ସଭାପତିଙ୍କର ଏହା ଏକ ଚାଲ୍” ଏହା କହିଛନ୍ତି କଂଗ୍ରେସ କର୍ମୀ।ସେହିପରି ତିର୍ତ୍ତୋଲ ଓ ରଘୁନାଥପୁରରେ ଚିରଞ୍ଜୀବି ବିଶ୍ୱାଳଙ୍କ ନିଲମ୍ବନକୁ ବିରୋଧ କରି ପିସିସି ସଭାପତିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ନିଲମ୍ବନ ଆଦେଶ ପରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ସମେତ ସମଗ୍ର ଜିଲ୍ଲାରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ନିଲମ୍ବନ ଆଦେଶ ଯଦି ପ୍ରତ୍ୟାହାର ନହୁଏ ତେବେ ଆଗାମୀ ଦିନରେଜଗତସିଂହପୁର, ତିର୍ତ୍ତୋଲ ଓ ରଘୁନାଥପୁରର ବହୁ କଂଗ୍ରେସ କର୍ମୀ ଦଳରୁ ସମୂହ ଇସ୍ତଫା ଦେବାକୁ ସିଧା ସଳଖ ଧମକ ଦେଇଛନ୍ତି । ଯାହାକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ସୁନୀଲ ମାଟିଆଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।

କଂଗ୍ରେସର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଯେ, “ଜଗତସିଂହପୁର ଜିଲ୍ଲାରେ କଂଗ୍ରେସକୁ ଦୁର୍ବଳ କରିଦେବାକୁ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ ସାମିଲ ଅଛନ୍ତି ।” ଏହିପରି ଭାବେ ମୋକିମ ଓ ଚିରଞ୍ଜୀବିଙ୍କ ନିଲମ୍ବନ ପରେ ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave A Reply

Your email address will not be published.