ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲୋକପ୍ରିୟ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଓ ବିକି ଜୈନଙ୍କ ସମ୍ପର୍କକୁ ନେଇ ପୁଣି ବିବାଦ | ଦୁହିଁଙ୍କ ଭିତରେ ବିବାଦକୁ ଏତେ ବଢିଯାଇଛି କଥା ଛାଡପତ୍ରରେ ପହଂଚିଛି । ବିଗବସ୍ ଯିବା ଦିନରୁ ହିଁ ଦୁହିଁଙ୍କ ସମ୍ପର୍କରେ ଧିରେ ଧିରେ ଆରମ୍ଭ ହୋଇଥିଲା ଫାଟ । ତେବେ ଏହି ଛାଡପତ୍ର କଥା ଉଠିବାର କାରଣ କଣ ଓ ଛାଡପତ୍ର କଥା ଅଙ୍କତା କାହିଁକି କହିଲେ ଆସନ୍ତୁ ଜାଣିବା । ଶୋ “ପବିତ୍ର ରିସ୍ତା’ ରେ ଆର୍ଚ୍ଚନା ଭୂମିକାରେ ଭାରତର ଘରେ ଘରେ ପରିଚିତ ହୋଇଥିଲେ ଅଙ୍କିତା ।
ଅଙ୍କିତା ଅନେକ ଗୁଡିଏ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଅଙ୍କିତା ବ୍ୟବସାୟ ବିକି ଜୈନଙ୍କୁ ବିବାହ କରିଛନ୍ତି । ବିକିଙ୍କୁ ବହୁ ବର୍ଷ ଧରି ଡେଟ କରିବା ପରେ, ଅଭିନେତ୍ରୀ ଡିସେମ୍ବର ୨୦୨୧ରେ ବିବାହ କରିଥିଲେ । ବର୍ତମାନ ଦୁହେଁ ବିଗ୍ ବସ୍ ୧୭ ରେ ଏଂଟ୍ରି କରିଛନ୍ତି । ହେଲେ ସେଠାକୁ ଯିବା ଦିନରୁ ହିଁ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ହେଲେ ସେଠାକୁ ଯାଇ ତାଙ୍କ ସମ୍ପର୍କ ଦିନକୁ ଦିନ ଖରାପ ହେବାକୁ ଲାଗିଛି । ପ୍ରତିଦିନ ଦୁହିଁଙ୍କ ମଧ୍ୟରେ ଝଗଡା ଓ ତର୍କବିତର୍କ । ଅଙ୍କିତା ଭାବିଥିଲେ ବିଗ୍ ବସ୍ ଘରକୁ ଯାଇ ତାଙ୍କର ଏବଂ ବିକିଙ୍କ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ । ହେଲେ ଏଠାରେ କିଛି ଅଲଗା ହିଁ ଘଟିଲା ।
ସମ୍ପର୍କ ଶକ୍ତିଶାଳୀ ହେବା ବଦଳରେ ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଲା । ବୁଧବାରଦିନ ଉଭୟଙ୍କ ଭିତରେ ଆରମ୍ଭ ହୋଇଥିଲା ତୀବ୍ର ବିତର୍କ । ଏହାପରେ ଅଙ୍କିତା ଲୋଖଣ୍ଡେ ଏମିତି କିଛି କଥା କହିଲେ ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ସ୍ୱାମୀ ବିବିଙ୍କର କିଛି କଥା ଶୁଣି ଅଙ୍କିତା ଲୋଖଣ୍ଡେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବଂ ତାଙ୍କ ସ୍ୱାମୀଙ୍କ ବିବୃତିରେ ମଧ୍ୟ ସେ ଅତ୍ୟନ୍ତ ଦୁଃଖିତ ହୋଇଥିଲେ । ତେବେ ଆୟେଶାଙ୍କ ସହ କଥାବାର୍ତା ବେଳେ ବିକି କହିଥିଲେ ଯେ, ମୁଁ କେମିତି ଅନୁଭବ କରେ ତାହା କଦାପି କହି ପାରିବି ନାହିଁ ।
ବାସ୍ତବରେ ବିବାହିତ ଲୋକଙ୍କୁ, ବିଶେଷ କରି ପୁରୁଷ ମାନଙ୍କୁ । ଏବଂ ସେ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ସେ କହିପାରିବେ ନାହିଁ । ବିକିଙ୍କର ଏପରି କିଛି କଥା ଶୁଣିବା ପରେ ଅଙ୍କିତା ତାଙ୍କୁ କାରଣ ପଚାରିଥିଲେ । ସ୍ୱାମୀଙ୍କ ଏହି କଥା ଯୋଗୁଁ ଅଙ୍କିତା ଏତେ ରାଗିଗଲେ ଯେ ସେ ଜାତୀୟ ଟେଲିଭିଜନରେ ସ୍ୱାମୀଙ୍କ ଠାରୁ ଛାଡପତ୍ର ମାଗିଥିଲେ । ଅଙ୍କିତା କହିଲେ – ଯଦି ତୁମର ଏତେ ସମସ୍ୟା ଅଛି ତେବେ ତୁମେ ମୋ ସହିତ କାହିଁକି ରହିଛ ବୋଲି ସେ କହିଥିଲେ । ଚାଲ ଛାଡିପତ୍ର ନେଇଯିବା ବୋଲି ଅଙ୍କିତା କହିଥିଲେ । ମୁଁ ଆଉ ତୁମ ସହିତ ଘରକୁ ଫେରିବାକୁ ଚାହେଁ ନାହିଁ ।