ରାଇରଙ୍ଗପୁର କୃଷକ ଉତ୍ପାଦନ ସଂଗଠନର ସମନ୍ବୟ ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁର କୃଷକ ଉତ୍ପାଦନ ସଂଗଠନର ସମନ୍ବୟ ବୈଠକ | ରାଇରଙ୍ଗପୁର କୃଷକ ଉତ୍ପାଦକ ସଂଗଠନର ସମନ୍ବୟ ବୈଠକ ଡାଇରେକ୍ଟର ଡମ୍ବରୁଧର ମହାନ୍ତଙ୍କ ସଭାପତିତ୍ବରେ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ଧାନଚାଷପରେ ଆଳୁ, ସୋରିଷ ଏବଂ ଡାଳିଜାତୀୟ ଚାଷ କରିବା ପାଇଁ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା | ରାଇରଙ୍ଗପୁର ଜଳସେଚନ ବିଭାଗର ପୁଷ୍ପଲତା ମିଶ୍ର, ଉଦ୍ୟାନ କୃଷି ବିଭାଗର ସୂର୍ଯ୍ୟକାନ୍ତ ମଲ୍ଲିକ ଏଥିରେ ଯୋଗ ଦେଇ ଚାଷୀମାନେ ସଠିକ ସମୟରେ ଜଳ, ସାର ଓ ମଞ୍ଜି ଇତ୍ୟାଦି ପାଇପାରିବେ, ସେ ସଂମ୍ପର୍କରେ ସୂଚନା ପ୍ରଦାନ କରିଥିଲେ | ଆଲୋଚନାରେ ସି ଇ ଓ ରବିନ୍ଦ୍ର ମହାନ୍ତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ପ୍ରୋଜେକ୍ଟ କୋର୍ଡିନେଟର ଅକ୍ଷୟ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ |

ବୈଠକରେ ମ୍ୟାନେଜିଂ ଡାଇରେକ୍ଟର ତପନ ମହାନ୍ତ, ରଶ୍ମିତା ମହାନ୍ତ, ମୋତିଲାଲ ମହାନ୍ତ, କୁମ୍ଭକର୍ଣ୍ଣ ସର୍ଦ୍ଦାର, ଅଶୋକ ମହାନ୍ତ, ଫାଗୁ କିସ୍କୁ, ଭୁବନେଶ୍ବର ଦତ୍ତ ସମେତ ସଦସ୍ୟ ଗୌରୀଶଙ୍କର ମହାନ୍ତ, ପାଣି ପଞ୍ଚାତର, ସତ୍ୟନାଥ ମହାନ୍ତ, ଲଳିତ ମହାନ୍ତ ଓ ଚାଷୀମାନେ ଉପସ୍ଥିତ ଥିଲେ |

Leave A Reply

Your email address will not be published.