ମାଡିଲାଣି କରୋନା, ଚିନ୍ତା ବଢ଼ାଉଛି ରାଜଧାନୀ ଦିଲ୍ଲୀ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଦିନକୁ ଦିନ ହୁ ହୁ ହୋଇ ମାଡିଚାଲିଛି କରୋନା। ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୧୩୬୯ କରୋନା ରୋଗୀ ଚିହ୍ନଟ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ନୂଆ ସଂକ୍ରମଣକୁ ମିଶାଇଲେ ଦିଲ୍ଲୀରେ ସକ୍ରିୟ ହାରରେ ୩୦ ପ୍ରତିଶତରୁ ଅଧିକ ରହିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ପଜିଟିଭ ହାର ୩୧.୯ ପ୍ରତିଶତ। ସେହିପରି ଦିନକରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜଧାନୀରେ ମୋଟ ମୃତ୍ୟୁ ସଂଖ୍ୟା ୨୬,୫୬୦ ହୋଇଛି।

ବର୍ତ୍ତମାନ ଦିଲ୍ଲୀରେ ୪,୬୩୧ ରୋଗୀ ଚିକିତ୍ସିତ ହେଉଥିବା ବେଳେ ମୋଟ ସଂକ୍ରମିତ ମାମଲା ୨୦,୨୧,୫୯୩ ହୋଇଛି। ଅନ୍ୟପଟେ ୧,୦୭୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିନକରେ ଦିଲ୍ଲୀରେ ୩,୯୦୬ ଟେଷ୍ଟ କରାଯାଇଥିବା ବେଳେ ୪୭୦ ଟି ରାପିଡ ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି। ସେପଟେ ଦେଶରେ ମଧ୍ୟ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହିଛି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୭୫୩ ନୂଆ କରୋନା କେସ୍‌ ବାହାରିଛି ।

ଯାହାକୁ ମିଶାଇ ଦେଶରେ ମୋଟ୍‌ ଆକ୍ଟିଭ୍‌ କରୋନା କେସ୍‌ ୫୩,୭୨୦ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୭ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଗତ କିଛି ଦିନ ହେଲା ଦେଶର ବିଭିନ୍ନ ରାଜ୍ୟରେ କରୋନା କେସ୍‌ ବଢିବାରେ ଲାଗିଛି ।

ଖାସ୍‌ କରି ଦିଲ୍ଲୀ, ମୁମ୍ବାଇ, କେରଳ, ଜାମ୍ମକାଶ୍ମୀର, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଗୁଜୁରାଟ, ହରିୟାଣା, ଛତିଶଗଡ଼, ହିମାଚଳ ପ୍ରଦେଶ ରହିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୪,୪୮,୦୮, ୦୨୨ କରୋନା ପଜିଟିଭ୍‌ ବାହାରିଛନ୍ତି।

Leave A Reply

Your email address will not be published.