୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ଦିନକୁଦିନ କମିବାରେ ଲାଗିଛି ମୋ ବସର ଯାତ୍ରୀଙ୍କ ସଂଖ୍ୟା l ଦିନକୁ 1 ଲକ୍ଷ 20 ହଜାର ରୁ ଉର୍ଦ୍ଧ ଲୋକ ଯାତ୍ରା କରୁଥିବାବେଳେ ବର୍ତ୍ତମାନ ତାହା ହ୍ରାସ ଘଟି 70 ହଜାରରେ ପଂହଁଚିଛି l କ୍ରୁଟ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୧୧ ତାରିଖରେ ୧,୨୫,୮୦୩ଜଣ ଯାତ୍ରା କରିଥିବା ବେଳେ ମାର୍ଚ୍ଚ ୧୭ରେ ୭୫,୭୬୬ଜଣ ଯାତ୍ରା କରିଛନ୍ତି। ପରିବହନ ବିଭାଗ ପକ୍ଷରୁ ଆବଶ୍ୟକ ନ ଥିଲେ ବସ୍ରେ ଯାତ୍ରା ନ କରିବାକୁ କୁହାଯିବା ପରେ ଏବେ ମୋ ବସ୍ରେ ଯାତ୍ରୀ ସଂଖ୍ୟା କମିଯାଇଛି ବୋଲି କେତେକ କର୍ମଚାରୀ ସୂଚନା ଦେଇଛନ୍ତି ।
କ୍ରୁଟ୍ କର୍ତ୍ତୃପକ୍ଷ କହିଛନ୍ତି ବସ୍ ଯାତ୍ରୀ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବସ୍ଷ୍ଟପ୍କୁ ରାତି ୧୦ଟାରୁ ୧୧ଟା ମଧ୍ୟରେ ଏବଂ ସମସ୍ତ ବସ୍କୁ ରାତି ୧୧ଟାରୁ ଭୋର୍ ୫ଟା ମଧ୍ୟରେ ବିଶୋଧନ କରାଯାଉଛି। ମୋ ବସ୍ ଏବଂ ବସ୍ ରହଣୀସ୍ଥଳଗୁଡ଼ିକର ନିୟମିତ ସଫେଇ କରାଯିବା ସହ ବସ୍ ର ସିଟ୍, ହ୍ୟାଣ୍ଡେଲ୍ ରଖିବା ସ୍ଥାନ ଆଦିକୁ ପ୍ରତିଦିନ ଆଲକହଲ୍ ଯୁକ୍ତ ବିଶୋଧକରେ ସଫା କରାଯାଉଛି। ଏହାସହ ବସ୍ରେ ଯାତ୍ରୀଙ୍କୁ ସଚେତନ ବି କରାଯାଉଛି।