ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି l ଏଥିପାଇଁ ରାଜ୍ୟ ସରକାର ଭୁବନେଶ୍ବରକୁ ତିନୋଟି ଜୋନ୍ ରେ ବିଭକ୍ତ କରିଛନ୍ତି l ଗତକାଲି ବମିଖାଲ କଣ୍ଟେନମେଣ୍ଟ ଜୋନ୍ ରୁ ତିନୋଟି କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ସରକାରଙ୍କ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି l ଏହି ଜୋନ୍ ରେ କିଭଳି କରୋନା ଆଉ ନବ୍ୟାପେ ସେଥିପ୍ରତି ବରିଷ୍ଠ ଆଇଏଏସ ଅଧିକାରୀ ମାନେ ଗୁରୁତ୍ଵ ଦେବେ l ସରକାରଙ୍କ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରାଇବେ l ତା ସହିତ ଲୋକମାନଙ୍କ ପାଖରେ କିଭଲି ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଁଚିବ ସେଥିପ୍ରତି ଦୃଷ୍ଟି ଦେବେ l ଏଥିପାଇଁ ବରିଷ୍ଠ ଆଇଏଏସ ଅଧିକାରୀ ରଞ୍ଜନ ଚୋପ୍ରା ଓ ବିଷ୍ଣୁପଦ ସେଠୀଙ୍କୁ ଉତ୍ତର ଜୋନ୍, ଅଶୋକ ମୀନା ଓ ଭାସ୍କର ଜ୍ୟୋତି ଶର୍ମା ଙ୍କୁ ଦକ୍ଷୀଣ ପଶ୍ଚିମ ଜୋନ୍ ଏବଂ ଏସ୍ କେ ଲୋହାନି ଓ ସାଶ୍ୱତ ମିଶ୍ର ଙ୍କୁ ଦକ୍ଷୀଣ ପୂର୍ବ ଜୋନର ଦାୟିତ୍ଵ ଦିଆଯାଇଛି l