ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଦିନକୁ ଦିନ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଦେଶରେ କାୟା ମେଲାଉଛି କୋରୋନା । ତେବେ କିଛି ଦିନ ହେବ ଲୁଚକାଳି ଖେଳୁଛି କୋରୋନା ସଂକ୍ରମଣ । ଦିନେ ବଢିଲେ ଦିନେ କମୁଛି । ଗତ କିଛି ଦିନ ହେବ ଚିନ୍ତା ବଢାଇଛି କୋରୋନା ସଂକ୍ରମଣ ମାମଲା ।
ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ପାର କରିଥିବା ବେଳେ ଆଜି ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଦେଶରୁ ୧୦ ହଜାର ୭୫୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସଂକ୍ରମଣ ହ୍ରାସ ପାଇଥିଲେ ସୁଦ୍ଧା ଚିନ୍ତା ଟଳି ନାହିଁ । ୧୦ ହଜାର ଉପରେ କୋରୋନା ସଂକ୍ରମଣ ମାମଲା ସରକାରଙ୍କ ଏକ ପ୍ରକାର ମୁଣ୍ଡବିନ୍ଧାର କାରଣ ପାଲଟିଛି । କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ସଂକ୍ରମିତଙ୍କ ସଂଖ୍ୟା ଅଳ୍ପ ହ୍ରାସ ପାଇଥିବାରୁ ପଜିଟିଭ ରେଟ ମଧ୍ୟ ହ୍ରାସ ପାଇଛି ।
ଗତ ୨୪ ଘଣ୍ଟାରେ ୧୦ ହଜାର ୭୫୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ପିଜିଟିଭ ସଂକ୍ରମିତଙ୍କ ସଂଖ୍ୟା 5୦ ହଜାର ଅତିକ୍ରମ କରିଛି । ଦେଶରେ ମୋଟ ୫୩ ହଜାର ୭୨୦ଜଣ ପଜିଟିଭ ରହିଛନ୍ତି ।ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୧୦୯ । ବର୍ତ୍ତମାନ ପଜିଟିଭ ହାର ୦.୧୨ ପ୍ରତିଶତ ରହିଛି । ଅନ୍ୟପଟେ ୪୪୨୨୩୨୧୧ ଜଣ ସୁସ୍ଥ ହୋଇ ଘରକୁ ଫରିଛନ୍ତି ।
ଆଶ୍ବସ୍ତିର ବିଷୟ ଯେ, ସୁସ୍ଥ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମୋଟ ସୁସ୍ଥତା ହାର ୯୮.୬୯ ପ୍ରତିଶତ ରହିଛି । କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୧୦୯୧ରେ ପହଞ୍ଚିଛି । ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୩୯୭ଜଣ କୋରୋନା ଟିକା ନେଇଛନ୍ତି । ଏହାକୁ ମିଶାଇ ମୋଟ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୨୦ କୋଟି ୬୬ ଲକ୍ଷ ୨୫ ହଜାର ୫୧୭ରେ ପହଞ୍ଚିଛି ।