ଭାରତରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି l ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଭାରତରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 24 ହଜାର ଅତିକ୍ରମ କରିଛି l ଅର୍ଥାତ୍ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 24506 ରହିଛି I ମୃତ୍ୟୁ ସଂଖ୍ୟା 775 ଥିବା ବେଳେ 5062 ଜଣ ସୁସ୍ଥ ହୋଇଛନ୍ତି l ମହାରାଷ୍ଟ୍ର ରାଜ୍ୟରେ ସର୍ବାଧିକ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ଦେଖା ଦେଇଛି l ମହାରାଷ୍ଟ୍ରରେ 6817 ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ 840 ଜଣ ସୁସ୍ଥ ହୋଇଛନ୍ତି l ମୃତ୍ୟୁ ସଂଖ୍ୟା 301 ରେ ପହଁଞ୍ଚିଛି l ସେହିପରି ଗୁଜୁରାଟ ରେ 2815 ଜଣ ଆକ୍ରାନ୍ତ ହୋଇଥିବା ବେଳେ 127 ଜଣ ଙ୍କ ମୃତ୍ୟୁ ଘଟିଛି ଏବଂ ସୁସ୍ଥ ଙ୍କ ସଂଖ୍ୟା 265 ରହିଛି l ଦିଲ୍ଲୀରେ ମଧ୍ଯ ସମାନ୍ ଅବସ୍ଥା ଦେଖିବାକୁ ମିଳିଛି l ରାଜଧାନୀ ଦିଲ୍ଲୀରେ 2514 ଜଣ ଆକ୍ରାନ୍ତ ହୋଇଥିବା ବେଳେ 53 ଜଣଙ୍କ ମୃତ୍ୟୁ ଘଟିଛି l 857 ଜଣ ସୁସ୍ଥ ହୋଇଛନ୍ତି l ମଧ୍ଯ ପ୍ରଦେଶ ରେ 1852 ଜଣ ଆକ୍ରାନ୍ତ ହୋଇଥିବା ବେଳେ 92 ଜଣ ମୃତ୍ୟୁବରଣ କରିଛନ୍ତି l 210 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ତାମିଲନାଡୁ ରାଜ୍ୟରେ 1755 ଜଣ ଆକ୍ରାନ୍ତ ହୋଇଥିବା ବେଳେ 22 ଜଣ ଙ୍କ ମୃତ୍ୟୁ ଘଟିଛି ଏବଂ 866 ଜଣ ସୁସ୍ଥ ହୋଇଛନ୍ତି l ସେହପରି ଉତ୍ତର ପ୍ରଦେଶ ରେ 1621 ଜଣ କରୋନା ଜନିତ ଆକ୍ରାନ୍ତ ହୋଇ ଥିବା ବେଳେ 25 ଜଣ ଙ୍କ ମୃତ୍ୟୁ ଘଟିଛି l ଏବଂ 247 ଜଣ ସୁସ୍ଥ ହୋଇଛନ୍ତି l ଏହା ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟ ମାନଙ୍କରେ କରୋନା ଜନିତ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ଏବଂ କେତେକ ଲୋକ ସୁସ୍ଥ ହୋଇଛନ୍ତି l