ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ, ସତର୍କ ରହିବାକୁ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ହୁ ହୁ ହୋଇ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫,୩୩୫ ନୂଆ କେସ୍ ସାମ୍ନାକୁ ଆସିଛି । ୧୯୫ ଦିନ ମଧ୍ୟରେ ଏତେ ସଂଖ୍ୟାରେ ନୂଆ ମାମଲା ଚିହ୍ନଟ ହୋଇଛି । ଯାହାକି ଚିନ୍ତାଜନକ ବିଷୟ ନିଶ୍ଚୟ । ଆକ୍ଟିଭ କେସ୍ ବଢି ୨୫, ୫୮୭ ହୋଇଯାଇଛି । ଏହା ପୂର୍ବରୁ ଗତ ବର୍ଷ ସେପ୍ଟେମ୍ୱର ୨୩ ଅର୍ଥାତ୍ ଦିନକରେ ୫,୩୩୮ କେସ୍ ନଜର ଆସିଥିଲା ।

ରାଜଧାନୀରେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୫୦୯ ନୂଆ ମାମଲା ଚିହ୍ନଟ ହୋଇଛି । ଏହାରି ଭିତରେ IITକାନପୁର ପ୍ରଫେସର ମଣୀନ୍ଦ୍ର ଅଗ୍ରଓ୍ୱାଲ୍ କହିଛନ୍ତି ଦେଶରେ କରୋନା କେସ୍ ବଢିବା ନାଚୁରାଲ ଇମ୍ୟୁନିଟି କମ୍ ହେବାର ଲକ୍ଷଣ । ସେ ଆଶଙ୍କା କରିଛନ୍ତି ଏଥର ବି ସ୍ଥିତି ଗତ ବର୍ଷ ଆସିଥିବା ଚତୁର୍ଥ ଲହର ଭଳି ହୋଇପାରେ ।

ଆସନ୍ତା ଦୁଇ ମାସ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ସତର୍କ କରାଇଛନ୍ତି । ସେ ଆହୁରି କହିଛନ୍ତି ଆସନ୍ତା ଦୁଇ ମାସରେ ଦୈନିକ ୧୫ ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ହୋଇପାରେ । ପ୍ରଫେସର ଅଗ୍ରଓ୍ୱାଲଙ୍କ କହିବା ମୁତାବକ କରୋନାକୁ ଆମେ ଅନ୍ୟ ସିଜିନାଲ ରୋଗ ଭଳି ଦେଖିପାରିବୁନି । ତେଣୁ ସମସ୍ତେ କରୋନା ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.