ଚିନ୍ତା ବଢାଉଛି କୋରୋନା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଚିନ୍ତା ବଢାଉଛି କୋରୋନା । କୋଭିଡ଼ର ଜେଏନ୍,୧ ସବ୍ ଭାରିଆଣ୍ଟ, ଚିହ୍ନଟ ପରେ, ଦେଶରେ ସଂକ୍ରମଣ ବୃଦ୍ଧି ପାଉଛି । କୋଭିଡ଼-୧୯ ଭୂତାଣୁ କ୍ରମାଗତ ଭାବେ ସଂକ୍ରମଣ ହେଉଛି ଓ ଏହାର ମହାମାରୀ ଗୁଣ ଭାରତୀୟ ଜଳବାୟୁ ସହ ଖାପ ଖାଇସାରିଲାଣୀ। ଏଥିସହିତ ଅନ୍ୟାନ୍ୟ ସାଧାରଣ ଭୂତାଣୁ ସଂକ୍ରମଣ ମଧ୍ୟ ଲାଗି ରହିଛି। ତେଣୁ କୋଭିଡ ସ୍ଥିତି ଉପରେ ଜିଲ୍ଲା ସ୍ତରରୁ ଆମକୁ କ୍ରମାଗତ ଭାବେ ନଜର ରଖିବାକୁ ହେବ।

ଯାହାକି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସ୍ବାସ୍ଥ୍ୟ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରି ଜାରି କୁହାଯାଇଛି। ଦିନକ ପୂର୍ବେ ବୈଷୟିକ ପରାମର୍ଶଦାତା କମିଟି ସହ ବୈଠକ କରାଯାଇଥିଲା । ବୈଠକରେ କରୋନାର ନୂଆ ଭାରିଏଣ୍ଟ ପାଇଁ କଣ ପଦକ୍ଷେପ ନିଆଯିବା ଉଚିତ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ନୂଆ ଭାରିଏଣ୍ଟକୁ ନେଇ କିଛି ପରାମର୍ଶ ଦିଆଯାଇଥିଲା । ହୃଦରୋଗ, କିଡନୀ ରୋଗ, ଜ୍ୱର ଓ ଥଣ୍ଡାରେ ପୀଡ଼ିତ ହୋଇଥିବା 60 ବର୍ଷରୁ ଉର୍ଦ୍ଧ୍ୱ ଲୋକମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡାକ୍ତରଖାନାରେ ଆବଶ୍ୟକ ପ୍ରସ୍ତୁତି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆୟାଇଛି । କୋଡାଗୁ, ମାଙ୍ଗାଲୁରୁ ଏବଂ ଚାମରାଜାନଗର ଭଳି ସୀମାନ୍ତ ଜିଲ୍ଲାରେ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ରହିଛି । ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ କରୋନା ପରୀକ୍ଷା ବାଧ୍ୟତାମୂଳକ । ତାପରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି ନା ନାହିଁ ତାହା ଜଣାପଡ଼ିବ । ଏହାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ସୀମାନ୍ତ ଜିଲ୍ଲାଗୁଡ଼ିକରେ କୋରୋନା ପରୀକ୍ଷା ଅଧିକ କରାଯିବ । ବର୍ତ୍ତମାନ ପରିସ୍ଥିତି ଭଲ ଥିବାରୁ କୌଣସି ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

Leave A Reply

Your email address will not be published.