ବଢୁଛି କରୋନା : ଏହି ସବୁ ରାଜ୍ୟରେ ମାସ୍କ ବାଧ୍ୟତାମୂକକ
ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଏବେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ପୁଡୁଚେରୀ, କେରଳ ପରେ ଏବଂ ହରିୟାଣା ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ।
ସର୍ବସାଧାରଣ ସ୍ଥାନକୁ ମାସ୍କ ପିନ୍ଧି ଯିବା ପାଇଁ ନିର୍ଦ୍ଦେଶ ଦେଲେ ହରିୟାଣା ସରକାର । ହରିୟାଣା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରେ ସୂଚନା ଦିଆଯାଇଛି ଯେ, କରୋନା ସ୍ଥିତିର ସମୀକ୍ଷା ପାଇଁ ଏପ୍ରିଲ ୩ ତାରିଖରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ, କିଛି ଦିନ ହେବ ହରିୟାଣାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଟେଷ୍ଟିଂ ମଧ୍ୟ ବଢାଇ ଦିଆଯାଇଛି । ତେଣୁ କରୋନାର ବୃଦ୍ଧି ପାଉଥିବା ମାମଲାକୁ ନଜରରେ ରଖି ହରିୟାଣାରେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ଏଣିକି ସର୍ବସାଧାରଣ ସ୍ଥାନକୁ ସମସ୍ତଙ୍କୁ ମାସ୍କ ପିନ୍ଧିଯିବାକୁ ପଡିବ । ଯେଉଁ ସ୍ଥାନରେ ୧୦୦ରୁ ଅଧିକ ଲୋକ ଏକାଠି ହେଉଛନ୍ତି ଯେପରି ସରକାରୀ,ବେସରକାରୀ ଅଫିସ, ଶପିଂ ମନରେ ଏଣିକି ମାସ୍କ ବାଧ୍ୟତାମୂଳକ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।ଏହାସହ କରୋନାର ବୃଦ୍ଧି ପାଉଥିବା ମାମଲାକୁ କଣ୍ଟ୍ରୋଲ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପଞ୍ଚାୟତଗୁଡିକୁ ମଧ୍ୟ ସତର୍କ ରହିବା ପାଇଁ ନର୍ଦ୍ଦେଶ ଦିଆଯାଇଛି ।
ସର୍ବସାଧାରଣ ସ୍ଥାନରେ ଲୋକେ କୋଭିଡ୍ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ପୂର୍ବ ପରି ମାସ୍କ, ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର କରିବା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।