ଓଡ଼ିଆ ନ୍ୟୁଜ୍: ଚିନ୍ତା ବଢ଼ାଉଛି କରୋନା। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣର ମାମଲାରେ ପୁଣି ଥରେ ବୃଦ୍ଧି ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ କରୋନା ଭାଇରସର ୧୩୩ଟି ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ୨ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ସେପଟେ , ୫୨ ରୋଗୀ ସଂକ୍ରମଣ ମୁକ୍ତ ହୋଇଛନ୍ତି। ଏହାସହ ସକ୍ରିୟ ମାମଲାର ମୋଟ ସଂଖ୍ୟା ବୃଦ୍ଧି ପାଇ ୩୭୫ ହୋଇଛି।
ଦିଲ୍ଲୀରେ କୋଭିଡ-୧୯ରେ ସଂକ୍ରମିତ ଆଉ ଏକ ରୋଗୀଙ୍କ ମୃତ୍ୟୁ ହୋଇଛି। ୭୧ ବର୍ଷିୟ ଏହି ରୋଗୀ ନିମୋନିଆ, ଆକ୍ୟୁଟ୍ କିଡନୀ ଫେଲିୟର ଓ ସେପ୍ଟିକ୍ ସକ୍ରେ ପୀଡ଼ିତ ଥିଲେ।ଏହା ପୂର୍ବରୁ ଦିଲ୍ଲୀରେ କୋଭିଡ-୧୯ରେ ପୀଡ଼ିତ ୬୦ ବର୍ଷିୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇ ସାରିଛି।