ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାକୁ ଫେରିଲା କୋରୋନା, ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ । କୋଭିଡର ନୂଆ ଭାରିଆଣ୍ଟ JN.1କୁ ସଂକ୍ରମଣ ବଢ଼ିବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ରିପୋର୍ଟ ଦେବା ପାଇଁ ଚିଠି କରିବା ପରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଛି ।
ଓଡ଼ିଶାରୁ ଚିହ୍ନଟ ପରେ ସଂକ୍ରମିତ ରାଜ୍ୟ ସଂଖ୍ୟା ୨୦ରେ ପହଞ୍ଚିଛି ।ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆଉ 752 ନୂଆ କୋଭିଡ୍-19 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ 22ଜଣ JN.1 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 3 ହଜାର 420କୁ ବୃଦ୍ଧି ପାଇଛି ।
ସୂଚନା ଅନୁସାରେ, କୋଭିଡର ନୂଆ ଭାରିଆଣ୍ଟ ଜେଏନ 1କୁ ନେଇ ସାରା ଦେଶରେ ଚିନ୍ତା ବୃଦ୍ଧି ପାଇଥିବା ବେଳେ ଏବେ ଓଡିଶାରେ କୋଭିଡ ସଂକ୍ରମିଚ ଚିହ୍ନଟ ଏକ ପ୍ରକାର ଚିନ୍ତାକୁ ବୃଦ୍ଧି କରିଛି । ତେବେ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ଜେଏନ1ରେ ଆକ୍ରାନ୍ତ କି ନୁହେଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଜିନୋମ ସିକ୍ବେନ୍ସ ପାଇଁ ପଠାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏପଟେ ସାରା ଦେଶରେ ୩ ହଜାର ୪୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେରଳରୁ ସର୍ବାଧିକ ୨ ହଜାର ୮୭୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ, କେରଳ ଓ କର୍ଣ୍ଣାଟକ ରାଜ୍ୟରେ ଚିନ୍ତା ବଢ଼ାଇଲାନି କୋଭିଡ଼ ଜେଏନ 1 । ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ କରାଇଛନ୍ତି । କେରଳ ଓ କର୍ଣ୍ଣାଟକରେ ପଜିଟିଭ ଚିହ୍ନଟ ହେବା ପରେ କେନ୍ଦ୍ର ଗାଇଡଲାଇନ କରିଛି ।