କେନ୍ଦ୍ର ସ୍ଵାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ସକାଳ ସୁଦ୍ଧା ଭାରତରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 27892 କୁ ବୃଦ୍ଧି ପାଇଛି l 872 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି l 6184 ଜଣ ଆକ୍ରାନ୍ତ ସୁସ୍ଥ ହୋଇଯାଇଥିବାର ସୂଚନା ମିଳିଛି l କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଦେଶର ମହାରାଷ୍ଟ୍ର ରାଜ୍ୟରେ ସର୍ବାଧିକ 8068 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ସେହପରି 342 ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି l 1076 ଜଣ ସୁସ୍ଥ ହୋଇଛନ୍ତି l ଗୁଜୁରାଟ ଦେଶର ଦ୍ଵିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ରାଜ୍ୟ ଭାବରେ ଚିହ୍ନଟ ହୋଇଛି l ଗୁଜୁରାଟରେ 3301 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ସେହପରି 151 ଜଣ ଙ୍କ ମୃତ୍ୟୁ ଘଟିଛି ଏବଂ 313 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ଗୁଜୁରାଟ ରାଜ୍ୟ ପଛକୁ ଅଛି ରାଜଧାନୀ ଦିଲ୍ଲୀ l ରାଜଧାନୀ ଦିଲ୍ଲୀରେ 2918 ଜଣ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ହୋଇ ଥିବା ବେଳେ 54 ଜଣ ଙ୍କ ମୃତ୍ୟୁ ଘଟିଛି l 877 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ତାମିଲନାଡୁ ରେ 1885 ଜଣ କରୋନା ଦ୍ଵାରା ଆକ୍ରାନ୍ତ ହୋଇଥିବା ବେଳେ 24 ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି ଏବଂ 1020 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ସେହପରି ଉତ୍ତର ପ୍ରଦେଶରେ 1868 ଜଣ କରୋନା ଦ୍ଵାରା ଆକ୍ରାନ୍ତ ହୋଇଥିବା ବେଳେ 29 ଜଣଙ୍କ ମୃତ୍ୟୁ ଘଟିଛି l 289 ଜଣ ସୁସ୍ଥ ହୋଇଛନ୍ତି l ଏହା ବ୍ୟତୀତ ଭାରତରେ ଅନେକ ରାଜ୍ୟ ମାନଙ୍କରେ ମଧ୍ୟ କରୋନା ଜନିତ ଆକ୍ରାନ୍ତ ଘଟି ଲୋକମାନଙ୍କର ମୃତ୍ୟୁ ଘଟିଥିବା ବେଳେ କେତେକ ଲୋକ ମଧ୍ଯ ସୁସ୍ଥ ହୋଇଛନ୍ତି l