ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 400 ଅତିକ୍ରମ କରିଛି l ସେହିପରି ଆକ୍ରାନ୍ତ ଙ୍କ ସଂଖ୍ୟା 12000 ଅତିକ୍ରମ କରିଥିବା ବେଳେ 1488 ଜଣ ସୁସ୍ଥ ହୋଇଛନ୍ତି l କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ସମଗ୍ର ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 414 ରେ ପହଁଞ୍ଚିଛି l ଆକ୍ରାନ୍ତଙ୍କ ମଧ୍ୟ ରେ ମହାରାଷ୍ଟ୍ର ରାଜ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଇଛି l
ମହାରାଷ୍ଟ୍ର ରାଜ୍ୟରେ 187 ଜଣ ପ୍ରାଣ ହରାଇଛନ୍ତି l 2916 ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି l ମହାରାଷ୍ଟ୍ର ପରେ ଦିଲ୍ଲୀ ର ସ୍ଥାନ ଦ୍ଵିତୀୟ ରେ ରହିଛି l ରାଜଧାନୀ ଦିଲ୍ଲୀରେ 1578 ଜଣ ସଂକ୍ରମିତ ହୋଇଛନ୍ତି l ଦିଲ୍ଲୀ ରେ ମୃତ୍ୟୁ ସଂଖ୍ୟା 32 ରେ ପହଁଞ୍ଚିଛି l ଗୁଜୁରାଟ ରେ 33 ଜଣ ପ୍ରାଣ ହରାଇଥିବା ବେଳେ 766 ଜଣ ସଂକ୍ରମିତ ହୋଇଛନ୍ତି l ସେହପରି ରାଜସ୍ଥାନ ରେ 1023 ଜଣ ଆକ୍ରାନ୍ତ ହୋଇଥିବା ବେଳେ 3 ଜଣ ମୃତ୍ଯ ବରଣ କରିଛନ୍ତି l ଲେଙ୍ଗାନା ରେ 18 ଜଣ ମୃତ୍ୟୁ ବରଣ କରିଥିବା ବେଳେ 647 ଜଣ ଆକ୍ରାନ୍ତ ହୋଇଛନ୍ତି l ସେହପରି ଉତ୍ତର ପ୍ରଦେଶ ରେ 11 ଜଣ ପ୍ରାଣ ହରାଇଥିବା ବେଳେ 735 ଜଣ ଆକ୍ରାନ୍ତ ହୋଇଛନ୍ତି l