ରାସ୍ତା କାର୍ଯ୍ୟରେ ଦୁର୍ନୀତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାସ୍ତା କାର୍ଯ୍ୟରେ ଘୋଟାଲା | ହେଇଛି ରାସ୍ତା କାର୍ଯ୍ୟରେ ଦୁର୍ନୀତି l ରାତି ଅଧିଆ ଠିକାଦାର କରିଲେ ରାସ୍ତା କାର୍ଯ୍ୟ l ପାଞ୍ଚ ଛଅ ଦିନ ଯାଇନି ରାସ୍ତା ଉପରୁ ଖୋଳପା ଛାଡି ଗୋଡି ଗଡ଼ ଗଡ଼ ହେଲାଣି। ଯେ କେହିବି ଦେଖିଲେ ଖାଲି ଆଖିରେ ଦୁର୍ନୀତି ଜଳ ଜଳ ହୋଇ ଦେଖାଯାଉଛି l

ଏଭଳି ଏକ ରାସ୍ତା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ମହାଜନପୁର ପଞ୍ଚାୟତ ରେ। ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ୧୮ ଲକ୍ଷରୁ ଉର୍ଦ୍ଧ ଟଙ୍କାରେ ପୁରୁଷୋତ୍ତମପୁର ରୁ ମହାଜନପୁର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଏହି ରାସ୍ତା ଉପରୁ ଗୋଡି ଉଠିଯାଉଛି। ପିଚୁ ଅତ୍ୟନ୍ତ ନିମ୍ନମାନର ହେତୁ ରାସ୍ତା ଉପରୁ ଗୋଡି ଉଠିଯିବା ଦ୍ୱାରା ପୁଣି ରାସ୍ତାଟି ବିପଦ ସଂକୁଳ ହେଉଛି ବୋଲି ସାଧାରାଣ ଲୋକେ ଅଭିଯୋଗ କରିଛନ୍ତି।

ଏଭଳି ଦୁର୍ନୀତିର ତଦନ୍ତ ଦାବି କରିବା ସହ ପୁଣି ଥରେ ଏହି ରାସ୍ତାର ମରାମତି ଦାବି କରିଛନ୍ତି ଅଞ୍ଚଳବାସୀ। ଏପଟେ ଏନେଇ ଆମେ ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେହେଁ ତାଙ୍କ ପ୍ରତିକ୍ରିୟା ମିଳିପାରିଲା ନାହିଁ l

Leave A Reply

Your email address will not be published.