ରାଜ୍ୟରେ ୧୧ରେ ପହଞ୍ଚିଲା କୋଭିଡ୍‌ ସଂଖ୍ୟା

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ବଢୁଛି ଏହି ସଂଖ୍ୟା। ଆଜି ରାଜ୍ୟରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା। ରାଜ୍ୟରେ ମୋଟ ୧୧ରେ ପହଂଚିଲା କୋଭିଡ୍‌ ଆକ୍ରାନ୍ତ ସଂଖ୍ୟା। କରୋନାରେ ପ୍ରଥମ ମୃତ୍ୟୁ ନେଇ ଅବଗତ ଅଛି ସ୍ବାସ୍ଥ୍ୟ ବିଭାଗ।

ସେପଟେ ରାଜ୍ୟରେ ଚଳିତ ବର୍ଷର ପ୍ରଥମ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଭୁବନେଶ୍ବରରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କିଛି ଦିନ ତଳେ ଜଣେ ବୃଦ୍ଧ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ।ପରେ ସେ ଘରେ ରହି ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply

Your email address will not be published.