ଭୁବନେଶ୍ବରରେ ଜଣେ ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଆ ନ୍ୟୁଜ୍: ଫେରିଲା କରୋନା, ଭୁବନେଶ୍ବରରେ ଜଣେ ଆକ୍ରାନ୍ତ ଚିହ୍ନଟ । ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତାଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଖିଲେ ସେ ନିକଟରେ ଦିଲ୍ଲୀରୁ ଫେରିଥିବା କୁହାଯାଇଛି। ଏହାପରେ ଓଡ଼ିଶାକୁ କରୋନା ପୁଣି ଫେରିଥିବା ନେଇ ଆଲୋଚନା ହେଉଥିବା ବେଳେ ଲୋକେ ଭୟଭୀତ ହୋଇଯାଇଛନ୍ତି।

ଏବେ ଉକ୍ତ ବ୍ୟକ୍ତି ଜଣଙ୍କ ହୋମ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି।ସେପଟେ ମୁମ୍ବାଇ, ପୁଣେ, ଚେନ୍ନାଇ,ଅହମ୍ମଦାବାଦରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି । ଏବେ ସୁଦ୍ଧା ଦେଶରେ କରୋନାରେ ୩ଶହରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି ।

Leave A Reply

Your email address will not be published.