ରାଜ୍ୟରେ ଆଜିଠୁ ପୁଣି ଆରମ୍ଭ ହେଲା କୋଭିଡ୍ ଟିକାକରଣ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଜି ଠାରୁ ପୁଣି ଆରମ୍ଭ ହୋଇଛି କୋଭିଡ 19 ପାଇଁ ଟୀକାକରଣ । ଭୁବନେଶ୍ୱର ମହାନଗର ନିଗମ ଅଧୀନ କ୍ୟାପିଟାଲ ହସ୍ପିଟାଲରେ ଦିଆଯାଉଚି ଟୀକା । ସକାଳ ୧୦ ଟା ରୁ ଦିନ ୧ ଟେ ଯାଏଁ ଦିଆଯାଉଛି ଟୀକା । କେନ୍ଦ୍ରରୁ ୧ ଲକ୍ଷ ୨୦ ହଜାର ଟୀକା ଆସିଥିବା ବେଳେ ଭୁବନେଶ୍ୱର ପାଇଁ ମାତ୍ର 500 ଡୋଜ ଟିକାର ହୋଇଛି ବ୍ୟବସ୍ଥା ହୋଇଛି ।

ପ୍ରତି ଜିଲ୍ଲା ସଲ ବ୍ଲକ ଓ ଜିଲ୍ଲା ସ୍ତରରେ କୋଭିଶିଲଡ ଟୀକା ପଠାଯାଇଛି । ତେବେ କେବଳ କ୍ୟାପିଟାଲ ହସ୍ପିଟାଲରେ ଏହି ଟୀକାକରଣ ବ୍ୟବସ୍ଥା ହୋଇଛି । ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଯେଉଁମାନେ ଦ୍ୱିତୀୟ ଡୋଜ୍ ଅବା ବୁଷ୍ଟର ଡୋଜ ନେଇ ନାହାନ୍ତି ସେମାନେ ଆସି ଟୀକା ନେଇ ପାରିବେ ବୋଲି ହସ୍ପିଟାଲ୍ ନିର୍ଦେଶକ କହିଛନ୍ତି।

Leave A Reply

Your email address will not be published.