ସିପି ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ନିର୍ବାଚିତ

0

ଓଡ଼ିଆ ନ୍ୟୁଜ୍: NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ନୂଆ ଉପରାଷ୍ଟ୍ରପତି।ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସିପି ରାଧାକ୍ରିଷ୍ଣନ।INDIA ବ୍ଲକ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ନିର୍ବାଚିତ। ୪୫୨ ପ୍ରଥମ ପସନ୍ଦ ଭୋଟ ପାଇ ନିର୍ବାଚିତ ହେଲେ ରାଧାକ୍ରିଷ୍ଣନ। ସୁଦର୍ଶନ ରେଡ୍ଡୀଙ୍କୁ ମିଳିଲା ୩୦୦ ପ୍ରଥମ ପସନ୍ଦ ଭୋଟ।ଫଳାଫଳ ଘୋଷଣା କଲେ ରାଜ୍ୟସଭା ମହାସଚିବ ପିସି ମୋଦି। ମୋଟ୍ ୯୮.୨ ପ୍ରତିଶତ ମତଦାନ ହୋଇଥିବା ସ୍ପଷ୍ଟ କଲେ।

ଶ୍ରୀ ପିସି ମୋଦୀଙ୍କ ସୂଚନା ଅନିସାରେ ଏହି ନିର୍ବାଚନରେ ମୋଟ ୭୮୮ ଜଣ ଭୋଟ ଦେବାକୁ ଅଧିକୃତ ଥିଲେ, ଯେଉଁଥିରୁ ୭୮୧ ଜଣ ଅଂଶଗ୍ରହଣ କରିଥିଲେ। ଭୋଟଦାନ ପ୍ରତିଶତ ଥିଲା ୯୮.୨%। ମୋଟ ୭୬୭ ଭୋଟ ପଡ଼ିଥିଲା, ଯେଉଁଥିରୁ ୭୫୨ ଭୋଟ ବୈଧ ଥିଲା। ସି.ପି. ରାଧାକୃଷ୍ଣନ ୪୫୨ ଭୋଟ ପାଇଥିଲେ ଯେତେବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସୁଦର୍ଶନ ରେଡ୍ଡୀ ୩୦୦ ଭୋଟ ପାଇଥିଲେ। ଫଳରେ ସେ ଏହି ନିର୍ବାଚନରେ ୧୫୨ ଭୋଟ ବ୍ୟବଧାନରେ ଜିତିଥିଲେ।

Leave A Reply

Your email address will not be published.