ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ସମାଜବାଦୀ ପାର୍ଟି ଓଡିଶା ସାଧାରଣ ସମ୍ପାଦକcସୁଦର୍ଶନ ପ୍ରଧାନ, ସି ପି ଆଇ(ଏମ)ର ଗଭୀର ଶୋକ ପ୍ରକାଶ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସମାଜବାଦୀ ପାର୍ଟି ଓଡିଶା ସାଧାରଣ ସମ୍ପାଦକ ଙ୍କ ଆକସ୍ମିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ରେ ସିପିଆଇ(ଏମ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ l ଛାତ୍ର ଜୀବନରୁ ରାଜନୀତି ସହ ସମ୍ପୃକ୍ତ ସୁଦର୍ଶନ ପ୍ରଧାନ ମୃତ୍ୟୁ ପର୍ଯ୍ୟନ୍ତ ସାଧାରଣ ଜନତା,ସାମାଜିକ ନ୍ୟାୟ ଗରିବ, ମେହନତି ମଣିଷ ର ସ୍ୱାର୍ଥ ରକ୍ଷା ସଂଗ୍ରାମ ରେ ଜଣେ ସିପାହୀ ଭାବ ରେ ପରିଚୟ ସୃଷ୍ଟି କରି ପାରିଥିଲେ l ତାଙ୍କ ସରଳ ଜୀବନ,ମେଳାପୀ ସ୍ଵଭାଵ ଏବଂ ସବୁ ପରିସ୍ଥିତି ସହ ଖାପ ଖୁଆଇ ଚାଲିବା ଏକ ସ୍ୱତନ୍ତ୍ର ପରିଚୟ l

ଦେଶର ସମ୍ବିଧାନ, ଗଣତନ୍ତ୍ର, ଧର୍ମ ନିରପେକ୍ଷତା କୁ ଖତମ କରିବା ଲାଗି ହିନ୍ଦୁତ୍ବବାଦ ଓ ସାମ୍ପ୍ରଦାୟିକତାବାଦୀ ମାନଙ୍କ ଆଡୁ ସୃଷ୍ଟି ହୋଇଥିବା ବିପଦ କୁ ସାମନା କରିବାକୁ ସକଳ ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ ଓ ଦେଶ ପ୍ରେମୀ ଶକ୍ତି ମାନଙ୍କ ମିଳିତ ସଂଗ୍ରାମ ନିମନ୍ତେ ସୁଦର୍ଶନ ପ୍ରଧାନ ଯୋଗ୍ୟ ଭୂମିକା ରହିଥିଲା l ତାଙ୍କ ନିଧନ ଯୋଗୁଁ ଓଡ଼ିଶା ଜଣେ ନିରଳସ କର୍ମୀ ଓ ନେତା ଙ୍କୁ ହରାଇଲା l

Leave A Reply

Your email address will not be published.