ଆସନ୍ତା ଅଗଷ୍ଟ ୩ ପର୍ଯ୍ୟନ୍ତ ଜ୍ଞାନବାପି ମସଜିଦ ପରିସର ସର୍ଭେ ଉପରେ କଟକଣା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବାରାଣାସୀର ଜ୍ଞାନବାପି ମସଜିଦ ପରିସରରେ ବୈଜ୍ଞାନିକ ସର୍ଭେ ଉପରେ ଲାଗୁ କଟକଣା ଆସନ୍ତା ଅଗଷ୍ଟ ୩ ପର୍ଯ୍ୟନ୍ତ ଜାରି ରହିବ । ଅଗଷ୍ଟ ୩ ତାରିଖରେ ଆହ୍ଲାବାଦ ହାଇକୋର୍ଟ ଏହି ରାୟ ଶୁଣାଇବେ । ଗୁରୁବାର କ୍ରମାଗତ ୩ୟ ଦିନ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା ।

ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରୀତିନକର ଦିବାକରଙ୍କ କୋର୍ଟରେ ଅପରାହ୍ନ ୩ଟା ୧୫ରେ ଶୁଣାଣି ଆରମ୍ଭ ହୋଇଥିଲା। ଜଷ୍ଟିସ ଦିବାକର ଉଭୟ ପକ୍ଷର ଓକିଲଙ୍କୁ ଯୁକ୍ତି ଉପସ୍ଥାପନ କରିବାକୁ କହିଥିଲେ ।

ଶୁଣାଣି ପରେ ପ୍ରଧାନ ବିଚାରପତି ପ୍ରୀତିଙ୍କର ଦିବାକରଙ୍କ ଅଧ୍ୟକ୍ଷତାରେ ଗଠିତ ଜଣିକିଆ ଖଣ୍ଡପୀଠ ନିଜର ରାୟକୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସୁରକ୍ଷିତ ରଖିଥିଲେ । ମସଜିଦ ପରିସରର ଏଏସଆଇ ସର୍ଭେ ପାଇଁ ବାରଣାସୀ ଜିଲ୍ଲା ଅଦାଲତ ଜୁଲାଇ ୨୧ ରେ ଆଦେଶ ଦେଇଥିଲେ । ଏହି ରାୟ ୪ ଜଣ ହିନ୍ଦୁ ମହିଳାଙ୍କ ଦ୍ବାରା ଆଗତ ପିଟିସନର ଶୁଣାଣି କରିବା ପରେ କୋର୍ଟ ଦେଇଥିଲେ ।

ଏହା ବିରୋଧରେ ଅଞ୍ଜୁମାନ ମସଜିଦ୍ କମିଟି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଏହି ସର୍ଭେ ଉପରେ ୨ ଦିନିଆ ସ୍ଥଗିତାଦେଶ ଲଗାଇବା ସହ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟରେ ଆବେଦନ କରିବାକୁ କମିଟିକୁ କହିଥିଲେ । ତେବେ ଏହା କେଉଁ ମୋଡ ନେଉଛି, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.