ସ୍ମାର୍ଟସିଟି ଭୁବନେଶ୍ୱର ରାସ୍ତାରେ ବେଧଡକ ଗଡୁଛି ଯୋଡ଼ାଯୋଡି ଗାଡି: ନିରବଦ୍ରଷ୍ଟା ଟ୍ରାଫିକ ପୋଲିସ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତ କିଛି ଦିନ ହେବ ସ୍ମାର୍ଟସିଟି ଭୁବନେଶ୍ୱର ରାସ୍ତାରେ କିଛି ଅଦ୍ଭୁତ କିସମର ଗାଡି ଚାଲୁ ଥିବାର ଦୃଷ୍ଟି ଗୋଚର ହେଉଛି। ଉପରେ ପ୍ରଦର୍ଶିତ ଭିଡ଼ିଓ କୁ ଟିକିଏ ନିରେଖି ଦେଖନ୍ତୁ।ରାସ୍ତାରେ ଯାଉଥିବା ଏହି ତିନି ଚକିଆ ଗାଡିଟିର ଆଗ ଚକ ଟି କୌଣସି ଦୁଇ ଚକିଆ ଯାନ ର ହୋଇଥିବା ବେ ପଛ ପଟରେ ଲାଗିଥିବା ଚକ ଦୁଇଟି କୌଣସି ଚାରି ଚକିଆ ଯାନ ର।

ହ୍ୟାଣ୍ଡେଲ ଓ ଇଞ୍ଜିନ ମଧ୍ୟ ଦୁଇ ଚକିଆ ଜାନର।ଏହି ଗାଡି ର ନିର୍ମାତା କିଏ ତାହା ମଧ୍ୟ ଜଣା ନାହିଁ।ଏହାର ପଞ୍ଜିକୃତ ନମ୍ବର ଖୋଜିବା ନିଜର ବୋକାମି ବ୍ୟତୀତ ଆଉ କିଛି ନୁହେଁ ।ଏସବୁ ସତ୍ତ୍ୱେ ମଧ୍ୟ ଏଗୁଡିକ ଭୁବନେଶ୍ୱର ରାଜରାସ୍ତାରେ ବିନା ବାଧାରେ ଚଳ ପ୍ରଚଳ ହେଉଛି।ସବୁ ଦେଖି କିଛି ନଦେଖିଲା ପରି ରହୁଛନ୍ତି ଟ୍ରାଫିକ କର୍ମଚାରୀ।

ଯଦି ଏହି ଗାଡି କୌଣସି ଦୁର୍ଘଟଣା ଘଟାଏ କିମ୍ବା କେହି ମୃତାହତ ହୁଅନ୍ତି ତେବେ ଦାୟୀ କିଏ ରହିବ?ଭୁବନେଶ୍ୱର ରାସ୍ତାରେ ଟ୍ରାଫିକ କର୍ମଚାରୀ ମସନେ ବିଭିନ୍ନ ଛକ ଜାଗାରେ ରାତିରେ ଛକି ରହି ଦୁଇ ଚକିଆ ଯାନ ରେ ବିନା ହେଲମେଟ ରେ ଯାଉଥିବା ଆରୋହି ମାନଙ୍କ ଠାରୁ ଜୋରିମାନା ଆଦାୟ କରୁଥିବା ବେଳେ ଏହି ଗାଡି ଗୁଡିକ କଣ ନଜର କୁ ଆସୁନାହିଁ?ଏହି ଗାଡି ଗୁଡିକ ସମ୍ପର୍କରେ ଅନୁସନ୍ଧାନ କରି ଆମେ ଜାଣିଲୁ ଯେ,ଅନେକ ଚୋରା ଗାଡି ଓ ୧୫ବର୍ଷ ପୁରୀ ଯାଇ ଥିବା ଅନେକ ଗାଡି ସହର ରେ ଥିବା କବାଡି ଦୋକାନରେ ବିକ୍ରି ହେଉଛି।ସେହି ଦୁଇ ଓ ଚାରି ଚକିଆ ଯାନ ର ବିଭିନ୍ନ ଯନ୍ତ୍ରାଂଶ କୁ ଆଣି ଯୋଡ଼ାଯୋଡି କରି ଏଗୁଡିକ ନିର୍ମିତ ହେଉଛି ଏବଂ ଭୁବନେଶ୍ୱର ର ରାଜରାସ୍ତାରେ ବିନା ବାଧାରେ ଚଳ ପ୍ରଚଳ ହେଉଛି।

କଣ କରୁଛି କମିଶନରେଟ ଟ୍ରାଫିକ?ତେଣୁ ଭବିଷ୍ୟତରେ କୌଣସି ଅଘଟଣ କୁ ରୋକିବାକୁ ହେଲେ ପୋକିଛ ଏହାକୁ ବନ୍ଦ କରିବାକୁ ସଚେତନ ନାଗରିକ ମାନେ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.