ଅଭିଷେକ ଶର୍ମା ହସ୍ପିଟାଲରେ ଭର୍ତ୍ତି

0

ଓଡ଼ିଆ ନ୍ୟୁଜ୍: ଭାରତୀୟ କ୍ରିକେଟର୍ ଅଭିଷେକ ଶର୍ମା ହସ୍ପିଟାଲରେ ଭର୍ତ୍ତି।ପେଟ ଯନ୍ତ୍ରଣାରୁ ଚିକିତ୍ସିତ ହେଉଥିବା ବିସିସିଆଇ ପକ୍ଷରୁ ସୂଚନା। ହେଲେ ଗୁରୁବାର ସେ ଅଭ୍ୟାସରୁ ଦୂରରେ ରହିବେ । ପେଟ ଜନିତ ସମସ୍ୟା ପାଇଁ ସେ ଅଭ୍ୟାସ କରିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ଜଣା ପଡିଛି । ଏହାସହ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ପେଟ ସମସ୍ୟାର ଚିକିତ୍ସା ଚାଲିଛି ।

ରିପୋର୍ଟ ଅନୁସାରେ, ଅଭିଷେକଙ୍କୁ ଗତ ସୋମବାର ଦିଲ୍ଲୀ ସ୍ଥିର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ପେଟ ଜନିତ ସମସ୍ୟା ପାଇଁ ସେ ଆଡମିଟ୍ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତର ନଜର ରଖିଛନ୍ତି । ସେଥିପାଇଁ ବୁଧବାର କିମ୍ବା ଗୁରୁବାର ସେ ପ୍ରାକ୍ଟିସରେ ସାମିଲ ହେବେ ନାହିଁ । ଭାରତୀୟ ଦଳର ସହାୟକ କୋଚ୍ ରିୟାନ୍ ଟେନ୍ କହିଛନ୍ତି ଯେ, ଅଭିଷେକଙ୍କୁ ବିଶ୍ରାମ ଦରକାର । ସେ ପେଟ ଜନିତ ସମସ୍ୟାରେ ପୀଡିତ ଥିଲେ । ଧିରେ ଧିରେ ସୁସ୍ଥ ହେଉଥିଲେ । କିନ୍ତୁ ବୁଧବାର ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଗିଡି ଯାଇଛି । ଫଳରେ ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁବାର ସେ ଅଭ୍ୟାସ କରିବେ ନାହିଁ । ତାଙ୍କ ଜାଗାରେ ଓ୍ୱାସିଂଟନ ସୁନ୍ଦର ଅଭ୍ୟାସ କରୁଛନ୍ତି । ଯଦି ସେ ସୁସ୍ଥ ନହୁଅନ୍ତି ତେବେ ନାମିବ୍ୟା ବିପକ୍ଷ ମ୍ୟାଚରେ ମଧ୍ୟ ଅଭିଷେକ ବାଦ୍ ପଡିପାରନ୍ତି ।

Leave A Reply

Your email address will not be published.