ବଣିକ’ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ୍‌

0

ଓଡ଼ିଆ ନ୍ୟୁଜ୍: ବଣିକ’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍‌। ‘ବଣିକ’ ନାଁରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ଜଣେ କର୍ମଚାରୀ। ଆମେ ଏଠାରେ ପିଲାଙ୍କୁ କୋଚିଂ ଦେଉ, ବାହାରେ କିଏ କ’ଣ କଲା ଜାଣିନୁ। ଆମେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ତଦନ୍ତରେ ପୂରା ସହଯୋଗ କରୁଛୁ।

ସୂଚନାଯୋଗ୍ୟ, ପୁଲିସ ଏସ୍‌ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ୧୧୯ ଜଣ ଗିରଫ ହୋଇଛନ୍ତି। ଏବେବି ଏହାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତି ଫେରାର ଅଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରା କହିଛନ୍ତି, ୧୦ ଜଣଙ୍କ ବୟାନ ଆଧାରରେ ଏହି ଚଢ଼ଉ କରାଯାଇଛି। ଆଜି ଚଢ଼ଉ ସମୟରେ ୬ ଜଣକ ବାବଦରେ ତଥ୍ୟ ଏକାଠି କରିଛି ଟିମ୍‌। ବଣିକ ଇନଷ୍ଟିରେ ଏସଆଇ ଆଶାୟୀମାନେ ଟ୍ରେନିଂ ନେଇଥିଲେ କି ନାହିଁ, ସେନେଇ ଖୋଳତାଡ଼ କରୁଛି ଟିମ୍‌। ସର୍ଭର ଡାଉନ ଥିବାରୁ ଡାଟା ରିକଭରି କରିବା କଷ୍ଟ ହୋଇଛି। କିନ୍ତୁ ସମସ୍ତ ଡାଟା ନେଇ ସାରିବା ପରେ କ୍ରାଇମବ୍ରାଞ୍ଚ ଟିମ୍‌ ଫେରିବ।

Leave A Reply

Your email address will not be published.