ସ୍ତ୍ରୀକୁ କଟୁରୀରେ ମରଣାନ୍ତକ ଆକ୍ରମଣ କଲା ସୈତାନ ସ୍ୱାମୀ

0

ଓଡ଼ିଆ ନ୍ୟୁଜ୍: ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ କଟୁରୀରେ କଲା ମରଣାନ୍ତକ ଆକ୍ରମଣ । ଘରୋଇ ଅର୍ଥ ଲଗାଣ କାରି ସଂସ୍ଥାରୁ ସ୍ତ୍ରୀ ଅର୍ଥ ନଆଣିବାରୁ ସ୍ତ୍ରୀକୁ କଟୁରୀରେ କଲା ଆକ୍ରମଣ । ସ୍ତ୍ରୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ତିହିଡି ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଘଣ୍ଟେଶ୍ୱର ଫାଣ୍ଡି ଅଧିନ ବଜାରପୁର ପଂଚାୟତ ବାଲିଆପାଳ ଗ୍ରାମରେ।

ସୂଚନା ମୁତାବକ ଖଗେଶ୍ୱର ନାଉରି ସ୍ତ୍ରୀ ପବିତ୍ରା ନାଉରିକୁ ଦୀର୍ଘ ବର୍ଷ ହେବ ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲେ । ଏ ନେଇ ଅନେକ ଥର ଭଦ୍ର ଲୋକଙ୍କ ମାଧ୍ୟମରେ ସମାଧାନ କରାଯାଇ ଥିଲା। ଆଜି ସକାଳ ସମୟରେ କୌଣସି କାରଣକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା ।

ସ୍ୱାମୀ ଖଗେଶ୍ୱର ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ପବିତ୍ରାକୁ ଏକ କଟୁରୀ ସାହାଯ୍ୟ ରେ ମୁଣ୍ଡ, ବେକ ଏବଂ ହାତକୁ ଆକ୍ରମଣ କରିଥିଲେ।ଖବର ପାଇ ଗ୍ରାମବାସୀ ପହଂଚି ଯିବାରୁ ସ୍ୱାମି ଖଗେଶ୍ୱର କଟୁରୀ ଧରି ଗ୍ରାମବାସୀମାନଙ୍କୁ ଆକ୍ରମଣ କରିବାକୁ ଧମକ ଦେଇ ଦୌଡ଼ି ପଳାଇ ଯାଇଥିଲା। ସ୍ତ୍ରୀ କୁ ରକ୍ତ ଜୁଡୁବୁଡୁ ଅବସ୍ଥା ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ତିହିଡି ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.