ଅପରାଧୀ ସାବଧାନ! ଆଇନକୁ ହାତକୁ ନେଲେ ଘରେ ଚଢ଼ିବ ବୁଲଡୋଜର

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଅପରାଧୀ ସାବଧାନ । ଆଇନକୁ ହାତକୁ ନେଲେ ଘରେ ଚଢ଼ିବ ବୁଲଡୋଜର । କଥାରେ ନୁହେଁ , ବରଂ କାମରେ ଏହାକୁ କରି ଦେଖାଇଛି କମିଶନରେଟ ପୋଲିସ । ହୋଟେଲ ପ୍ରେସିଡେନ୍ସି ନିକଟରେ ଏକ ବିବାଦୀୟ ଜମିକୁ ପଜେସନ ନେବାକୁ ୧ କୋଟି ଟଙ୍କାର ସୁପାରି ନେଇଥିଲା ଝାରପଡାର ରାଘବ ଜେନା । ସୁପାରି ମୁତାବକ କିଛି ବାଉଁଶର ଙ୍କୁ ନେଇ ଘର ଓ ଦୋକାନ ଭାଙ୍ଗିଥିଲା । ଆଉ ଏହି ଷଡକଛାପ ଅପରାଧୀକୁ ଯେସାକୁ ତେଶା ନୀତିରେ ଶିକ୍ଷା ଦେଇଛି ପୋଲିସ। ଆଜି ଝାରପଡା କେନାଲ ବନ୍ଧରେ ଥିବା ରାଘବର ଘର ଭାଙ୍ଗିଛି ଜେସିବି। ବିଡିଏ, ବିଏମସି ସହାୟତାରେ ସରକାରୀ ଜମିରେ ଗଢି ଉଠିଥିବା ୩୦ ରୁ ଉର୍ଦ୍ଧ୍ବ ଘରକୁ ମାଟିରେ ମିଶାଇଛି ପୋଲିସ ।ଏହିଠାରେ ଖଟି କରି ଅପରାଧର ବ୍ଲୁ ପ୍ରିଣ୍ଟ ଘଟାଉଥିଲା ରାଘବ। ଏକ ନିର୍ଦ୍ଦିଷ୍ଟ ଦଳର ପୃଷ୍ଠ ପୋଷକତାରେ ଥିବା ଏହି ଦଲାଲକୁ ଖୁବଶୀଘ୍ର ତଡିପାର କରାଯିବ ବୋଲି କହିଛି କମିଶନରେଟ ପୋଲିସ।

ପୋଲିସ ଭୟରେ କିଛି ଦିନ ତଳେ ମା’ଙ୍କ ଦେହାନ୍ତ ହୋଇଥିଲେ ସୁଦ୍ଧା ଘରକୁ ଆସିନଥିଲା ରାଘବ। କିନ୍ତୁ ସେପଟେ ଏହି ଦଲାଲ କୁ ଧରିବା ପାଇଁ ୩ ଟି ସ୍ପେଶାଲ ଟିମ ରାଜ୍ୟ ବାହାରେ ଚଢ଼ାଉ ଜାରି ରଖିଛି।  ଘଟଣାରେ ସଂପୃକ୍ତ ଅନ୍ୟ ୧୯ ଜଣଙ୍କ ଅଣ୍ଟାରେ ଦଉଡି ବାନ୍ଧି ରାସ୍ତାରେ ଚଲାଇ ଚଲାଇ ନେଇଛି ପୋଲିସ। ସୁପାରି ଦେଇଥିବା ରଞ୍ଜିତ ଯାଜପୁରିଆ ଙ୍କ ୫ ଟି ଆକାଉଣ୍ଟ କୁ ଫ୍ରିଜ କରାଯାଇଛି। ରାଜଧାନୀରେ ବାହୁ ଦେଖାଇ ଲୋକଙ୍କୁ ଭୟଭୀତ କଲେ ପୋଲିସ ତାର ଅସଲ ରୂପ ଦେଖାଇବ, ଆଜିର ଘଟଣା ସ୍ପଷ୍ଟ କରିଛି । ରାଘବ ଖୁବଶୀଘ୍ର ବନ୍ଧାହେବ, କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କାହା ବଳରେ ବଳିୟାନ ହୋଇଥିଲା ଝାରପଡାର ଆଡ୍ଡା ଜମାଇଥିଲା ଏହି ଦଲାଲ ? ପୋଲିସ ସେହି ଗଡ଼ଫାଦରକୁ ଖୋଜିବାର ସମୟ ଆସିଛି।

Leave A Reply

Your email address will not be published.