ରାଜ୍ୟରେ କୁମ୍ଭୀର ସଂଖ୍ୟା ବୃଦ୍ଧି

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ କୁମ୍ଭୀର ସଂଖ୍ୟା ବୃଦ୍ଧି ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।ଗତବର୍ଷ ତୁଳନାରେ ୩.୫୪% ବୃଦ୍ଧି, ବର୍ତ୍ତମାନ ୨୧୯୩ କୁମ୍ଭୀର ରହିଛନ୍ତି।ସେହିପରି ଚଳିତ ବର୍ଷ ୨୪ ଲକ୍ଷ ୯୦ ହଜାର ୯୮୬ ସଂଖ୍ୟକ ପକ୍ଷୀ ଚିହ୍ନଟ।ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ସାତକୋଶିଆ ଏବଂ ଟିକରପଡା ଠାରେ ୬୫ ସଂଖ୍ୟକ କୁମ୍ଭୀର ଏବଂ ୨୨ ଗୋଟି ଶାବକ ଅଛନ୍ତି ।

ଚଳିତ ବର୍ଷ (୨୦୨୫-୨୬) ଗଣନା ଅନୁଯାୟୀ ରାଜ୍ୟରେ ୨୪,୯୦,୯୮୬ ସଂଖ୍ୟକ ପକ୍ଷୀ ମାନଙ୍କର ଆଗମନ ହୋଇଅଛି । ଚଳିତ ବର୍ଷ ଗଣନାରେ କୌଣସି ବିରଳ ପ୍ରଜାତିର ନୂଆ ପକ୍ଷୀଙ୍କର ଚିହ୍ନଟ ହୋଇନାହିଁ । କିନ୍ତୁ ଚିଲିକାରେ ୨ ଗୋଟି ନୂତନ ପକ୍ଷୀ ଏବଂ ହୀରାକୁଦ ଜଳଭଣ୍ଡାରରେ ୫ ଗୋଟି ନୂତନ ପକ୍ଷୀର ଚିହ୍ନଟ ହୋଇଅଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

 

Leave A Reply

Your email address will not be published.