ଭିତରକନିକାରେ ବଢ଼ିଲାଙ୍କ କୁମ୍ଭୀରଙ୍କ ସଂଖ୍ୟା

0

ଓଡ଼ିଆ ନ୍ୟୁଜ୍: ଭିତରକନିକାରେ ବଢ଼ିଲାଙ୍କ କୁମ୍ଭୀରଙ୍କ ସଂଖ୍ୟା।ଗତ ବର୍ଷ ଠାରୁ ୩୨ ଅଧିକ କୁମ୍ଭୀର; ସଂଖ୍ୟା ୧୮୫୮କୁ ବୃଦ୍ଧି।ଏନେଇ ସୂଚନା ଦେଲେ ରାଜନଗର ବନଖଣ୍ଡ ଅଧିକାରୀ। ଜାନୁଆରୀ ୮,୯ ଓ ୧୦ ତାରିଖ ତିନି ଦିନ ଧରି ଭିତରକନିକା ସମେତ ସଲଗ୍ନ ନଦୀ ନାଳରେ କୁମ୍ଭୀର ଗଣନା କରାଯାଇଥିଲା ।

ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ ମୋଟ ୧୮ ଶହ ୫୮ କୁମ୍ଭୀର ଚିହ୍ନଟ କରାଯାଇଛି । ସର୍ବାଧିକ କନିକା ରେଞ୍ଜରେ ୧୪୨୪ଟି କୁମ୍ଭୀର ଚିହ୍ନଟ କରାଯାଇଥିବା ବେଳେ ରାଜନଗର ରେଞ୍ଜରେ ୨୯୨,ମହାକାଳପଡ଼ାରେ ୯୯ ,ଗହୀରମଥାରେ ୪୩ଟି କୁମ୍ଭୀର ଗଣନା କରାଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଚଳିତ ବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବାରୁ ବନ ବିଭାଗ ଖୁସି ବ୍ୟକ୍ତି କରିଛି ।

Leave A Reply

Your email address will not be published.